ସପୁରୀରେ ଭିଟାମିନ୍ ଏ ଏବଂ ବିଟା କ୍ୟାରୋଟିନ ଥାଏ । ସେଥିପାଇଁ ନିୟମିତ ସପୁରୀ ସେବନଚ କରିବା ଦ୍ୱାରା ଦୃଷ୍ଟିଶକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ ।
ସପୁରୀରେ ଭିଟାମିନ୍ ସି ପର୍ଯ୍ୟାପ୍ତ ମାତ୍ରାରେ ଥାଏ । ଯାହା ଶରୀରକୁ ବିଭିନ୍ନ ପ୍ରକାରର ଭାଇରାସରୁ ରକ୍ଷା କରେ । ପ୍ରତିଦିନ ଏହି ସପୁରୀ ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ଶକ୍ତି ଦୃଢ ହୋଇଥାଏ ।
ବ୍ରୋମୋଲିନ୍, ପୋଟାସିୟମ ଏବଂ କପର ଆଦି ସପୁରୀରୁ ମିଳିଥାଏ । ଏହା ଶରୀରର ରକ୍ତ ପ୍ରବାହକୁ ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରେ । ଏହାସହିତ ନିୟମିତ ସପୁରୀ ଖାଇବା ଦ୍ୱାରା ଶରୀରରେ ଲାଲ ରକ୍ତ କଣିକା ଏବଂ ଅକି୍ସଜେନ୍ ଦୃତ ବେଗରେ ଗତି କରେ ।
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସପୁରୀ ସେବନ ଆପଣଙ୍କ ପାଇଁ ଲାଭଦାୟକ । ଏହାଦ୍ୱାରା ଖୁବ୍ ସହଜରେ ଓଜନ ହ୍ରାସ ହୋଇଥାଏ ।