Only for Entertainment

ବିଗ ବସ ୧୨ରେ ନଜର ଆସିବେ ଶାହରୁଖ ଖାନ, ସଲମାନଙ୍କ ସହିତ ମିଶି ଷ୍ଟେଜରେ କରିବେ ଧମାଲ ।

zee news
23

ଟିଭିର ବିବାଦୀୟ ଶୋ’ ବିଗ ବସର ଚଳିତ ସିଜିନକୁ ହିଟ କରିବା ପାଇଁ ମେକର୍ସ ନିଜର ଚେଷ୍ଟା ଚଳାଇଛନ୍ତି । ଇତି ମଧ୍ୟରେ ବଲିଉଡ ଅଭିନେତା ଶାହରୁଖ ଖାନ ନିଜର ଆଗାମୀ ଫିଲ୍ମ ଜିରୋକୁ ପ୍ରମୋଟ କରିବା ପାଇଁ ଚଳିତ ସପ୍ତାହର ୱିକେଣ୍ଡ କା ବାରରେ ନଜର ଆସିବେ । ଶୋ’କୁ ଆସିବା ପୂର୍ବରୁ ହିଁ ସଲମାନ ଏବଂ ଶାହରୁଖଙ୍କ ଯୋଡି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଅଭିନେତା ଶାହରୁଖ ଖାନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶୋ’ର ସୁଟିଂ ସମୟର ଏକ ଫଟୋ ସୋୟାର କରିଛନ୍ତି ।


ଫଟୋରେ ଶାହରୁଖ ଏବଂ ସଲମାନ ଖାନ କାନ୍ଧରେ ଗାମୁଛା ପକାଇ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କହିରଖୁଛୁ ଯେ, ଏହି ୱିକେଣ୍ଡ କା ବାରରେ ଶାହରୁଖ ପ୍ରତିଯୋଗୀ ମାନଙ୍କୁ ଦେଖାକରିବା ପାଇଁ ବିଗ ବସ ଘରେ ଏଣ୍ଟ୍ରି କରିବେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ । ଶାହରୁଖ ଖାନଙ୍କ ବ୍ୟତିତ ଫିଲ୍ମରେ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ନଜର ଆସିବେ । ଫିଲ୍ମରେ ସଲମାନ ଖାନ କ୍ୟାମିୟୋ ଭାବେ ନଜର ଆସିବେ । କିଛି ଦିନ ପୂର୍ବେ ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ କରାଯାଇଥିଲା ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More