ଅର୍ନ୍ତଜାତୀୟ ଚା’ ଦିବସ : ଆସନ୍ତୁ ଜାଣିବା ଚା’ ସମ୍ପର୍କରେ କିଛି. . .
ଆଜି ଅର୍ନ୍ତଜାତୀୟ ଚା’ ଦିବସ ଅଟେ । ଏହି ଦିବସର ମୁଖ୍ୟ ଲକ୍ଷ ହେଉଛି ଚା ବଗିଚା ଏବଂ ଚା କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ସ୍ଥିତିକୁ ଧ୍ୟାନ ଆକର୍ଷିତ କରିବା । ଭାରତରେ ଏହାର ଆରମ୍ଭ ୨୦୦୫ରେ ହୋଇଥିଲା, କିନ୍ତୁ ବର୍ଷଟେ ପରେ ଶ୍ରୀଲଙ୍କାରେ ପାଳନ କରାଯାଇଥିଲା ଏହି ଦିବସ ଏବଂ ପରେ ପରେ ସାରା ବିଶ୍ୱରେ ।
ଆସନ୍ତୁ ଜାଣିବା ଚା’ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ….
ୱିକିପିଡିଆ ମୁତାବକ ସର୍ବପ୍ରଥମେ ୧୮୧୫ରେ କିଛି ଇଂଗ୍ରେଜ ଯାତ୍ରୀଙ୍କ ନଜର ଆସାମର ଚା’ ବଗିଚା ଉପରେ ପଡିଥିଲା, ଯାହାକୁ ସ୍ଥାନୀୟ ଲୋକ ପ୍ରସ୍ତୁତ କରି ପିଉଥିଲେ ।
ଭାରତର ଗଭର୍ନର ଜନରଲ ଲର୍ଡ ବୈଂଟିକ ଚା’ ପରମ୍ପରା ଭାରତରେ ଆରମ୍ଭ କରିଥିଲେ ଏବଂ ଏହାକୁ ଉତ୍ପାଦନ କରିବା ପାଇଁ ସମ୍ଭାବନା ଖୋଜିବା ଆରମ୍ଭ କରିବା ଲାଗି ଏକ ସମିତି ଗଠନ କରିଥିଲେ । ଏହାପରେ ୧୮୧୫ରେ ଆସାମରେ ଚା’ ବଗିଚା ଲଗାଯାଇଥିଲା ।
ଅନେକ ସ୍ଥାନରେ ଚୀନ ସହ ମଧ୍ୟ ଚା’ ଇତିହାସକୁ ଯୋଡା ଯାଇଛି ।
ଏଠାରେ ଆମେ କହି ରଖୁଛୁ ଯେ ଭାରତ ସର୍ବପ୍ରଥମେ ଚା’ର ପ୍ରଚଳନ ହୋଇଥିଲା ଏବଂ ଏହା ବ୍ରିଟିଶ ଶାସନ କାଳରେ ହୋଇଥିଲା ।
ଭାରତରେ ଏକ ଟି-ବୋର୍ଡ ଇଣ୍ଡିଆ ମଧ୍ୟ ରହିଛି । ଟି ବୋର୍ଡ ଭାରତର ଉତ୍ପତି ୧୯୦୩ରେ ସେତେବେଳେ ହୋଇଥିଲା ଯେତେବେଳେ ଭାରତୀୟ ଉପକର ବିଧାୟକ ଥିଲେ । ବିଧାୟକ ଚା’ ଉପରେ ଉପକର ଲଗାଇଥିଲେ । ଏହାର ପ୍ରୟୋଗ ଭାରତରେ ତଥା ଭାରତ ବାହାରେ ଭାରତୀୟ ଚା’ର ସମ୍ବର୍ନ୍ଧନା ପାଇଁ କରାଯାଇଥିଲା ।