Only for Entertainment

ସ୍କୁଲ ଯିବାକୁ ଦେଉନଥିଲେ ମା’, ଅଭିଯୋଗ ଦେବା ପାଇଁ ଥାନାରେ ପହଁଚିଲା ୩ ବର୍ଷର ଶିଶୁ !

jansatta
18

ଉତ୍ତରପ୍ରଦେଶର ସନ୍ଥକବିର ନଗରର ଜଣେ ୩ ବର୍ଷର ଶିଶୁ ଥାନାରେ ପହଞ୍ଚିବା ଏବଂ ଥାନାରେ ନିଜ ମାଆଙ୍କ ନାମରେ ଅଭିଯୋଗ ଆଣିବା ପୁଲିସକୁ ଚକିତ କରିଦେଇଥିଲା । ସେ ପୁଲିସରେ ଅଭିଯୋଗ କରିଥିଲା ଯେ, ତାଙ୍କ ମାଆ ତାଙ୍କୁ ସ୍କୁଲ ଯିବାକୁ ଦେଉନାହାଁନ୍ତି । ତଳେ ଶୁଆଉଛନ୍ତି, ଆବଶ୍ୟକୀୟ ଯତ୍ନ ନେଉନାହାଁନ୍ତି ।

୩ ବର୍ଷର ଏହି ଶିଶୁର ସାହାସକୁ ଦେଖି ଚକିତ ହୋଇପଡିଥିଲେ ପୁଲିସ୍‍ ଅଧିକାରୀମାନେ । ପରେ ସବ୍‍ଇନ୍ସପେକ୍ଟର ଶିଶୁଟିକୁ ଧରି ତାଙ୍କ ଘରକୁ ଯାଇଥିଲେ, ଏବଂ ମାଆଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଆଉ ଶିଶୁଟିକୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଅଧିକାରୀଙ୍କ କହିବା ଅନୁସାରେ ଏହି ଶିଶୁଟିର ନାମ ଫଲକ ଅଟେ । ତାଙ୍କ ବାପା ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲା ବେଳେ ମାଆ ଦୁଇ ପିଲାଙ୍କୁ ଧରି ଥାନା ଠାରୁ ୩୦୦ମିଟର ଦୂର ଏହି ନଗରରେ ରୁହନ୍ତି ।

ପିଲାଟି ଗାଁ ଲୋକଙ୍କୁ ଥାନା କେଉଁଠି ବୋଲି ପଚାରିବା ସହ ଥାନାରେ ପହଞ୍ଚିଥିଲା । ସେ ଅଭିଯୋଗ କରିଥିଲା ଯେ, ମାଆ ତାଙ୍କର ସଠିକ୍‍ ଯତ୍ନ ନେଉନଥିଲା ବେଳେ ବଡ଼ଭାଇଙ୍କୁ ଅଧିକ ଭଲ ପାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More