ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ ହେଉଛି କମଳା । ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା ବି ଉପକାରୀ।
- ଦୈନଦିନ କମଳା ରସ ପିଉଥିଲେ କିଡ୍ନିରେ ଷ୍ଟୋନ୍ ହେବାର ସମ୍ଭାବନା କମ ରହିଥାଏ। ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି।
- ଆଜିକାଲି ଅନେକ ଜଣଙ୍କ ଭିତରେ ଭୋକ ନ ହେବା ସମସ୍ୟା ରହିଛି। କମଳା ସହ ପିଇଲେ ଭୋକ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି।
- ଏହା ବ୍ୟତୀତ କଫ ନ ହେବା, କାସ କମ୍ କରିବା ପାଇଁ କମଳା ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣଙ୍କର ଏହି ସବୁ ସମସ୍ୟା ଥିଲେ କମଳା ଦୈନିକ ଖାଆନ୍ତୁ।
- କମଳାର ଚୋପାରେ କର୍କଟ ଚିକିତ୍ସା ହୋଇଥାଏ। ଏହି ଚେପା କର୍କଟର ଘାଆକୁ କମ୍ କରିପାରେ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।
- କମଳା ଚୋପରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ୍ ଭଲ। କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ।