କାଦର ଖାନଙ୍କ ପାଇଁ ଅମିତାଭଙ୍କ ପ୍ରାର୍ଥନା, ଟ୍ୱିଟ କରି ଲେଖିଲେ ଏହି କଥା !
ଦିନକୁ ଦିନ ସଙ୍କଟତର ହୋଇଯାଉଛି ହାସ୍ୟ ଅଭିନେତା କାଦର ଖାନଙ୍କ ସ୍ୱାସ୍ଥ୍ୟବସ୍ଥା । ଗତ ୩ ଦିନ ହେଲା ତାଙ୍କୁ କାନାଡାର ଏକ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ୮୩ବର୍ଷ ବୟସରେ ସେ ଏବେ ଜୀବନମରଣ ସହ ଯୁଦ୍ଧ କରୁଛନ୍ତି । ନିଶ୍ୱାସ ନେବାପାଇଁ ଅସୁବିଧା ଭୋଗୁଥିବାରୁ ତାଙ୍କୁ ଗତକାଲି ଭେଂଟିଲେଟର ରଖାଯାଇଥିଲା । ଆଜି ଭେଂଟିଲେଟର ହଟାଯାଇ ଭଲବ ଅକ୍ସିଜେନରେ ରଖାଯାଇଛି । ତେବେ ଅବସ୍ଥା ଦିନକୁ ଦିନ ଗୁରୁତର ହୋଇପଡିଥିବା ବେଳେ ବଲିଉଡର କଳାକାର ମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।
ଏହାମଧ୍ୟରେ ବିଗ ବି ମଧ୍ୟ ଖୁବ ଦୁଃଖ ପ୍ରକାଶ କରି ନିଜର ଭାବନାକୁ ଟ୍ୱିଟରରେ ପ୍ରକାଶ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ ଜଣେ ଶାନଦାର ଲେଖକ ଏବଂ ଅଭିନେତାଙ୍କ ପାଇଁ ଭଗବାନଙ୍କ ସମ୍ମୁଖରେ ପ୍ରାର୍ଥନା କରୁଛନ୍ତି କି ସେ ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।
ସେ ଅମିତାଭଙ୍କ ଫିଲ୍ମରେ ଅନେକ କାମ କରିଛନ୍ତି ଏବଂ ତାଙ୍କ ସାଥ ଖୁବ ଶାନଦାର ଥିଲା ବୋଲି ଅମିତାଭ କହିଛନ୍ତି । ‘ହମ’ ଭଳି ଅନେକ ଫିଲ୍ମରେ କାଦର ବିଗ ବିଙ୍କ ସହ ନଜର ଆସିଥିଲେ ।
ଏହାସହ ବିଗ ବି ଏହା ମଧ୍ୟ କହିଛନ୍ତି ଯେ ସେ ଅମିତାଭ ବଚ୍ଚନଙ୍କ ସହ ସେବେଠାରୁ କାମ କରିଥିଲେ , ଯେବେଠାରୁ ସେ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ ।
ଏଭଳି ମଧ୍ୟ ଶୁଣିବାକୁ ମିଳିଥିଲା ଯେ କାଦର ଖାନଙ୍କୁ ବିଗ ବି ଙ୍କ ପାଇଁ କାମ ମିଳିଥିଲା । କାଦରଙ୍କ ଶରୀର ସୁସ୍ଥ ହୋଇଯାଉ ବୋଲି ସମସ୍ତ କଳାକାର ପ୍ରାର୍ଥନା କରୁଛନ୍ତି !