୨୦୧୮ରେ ଓଲିଉଡକୁ କମବ୍ୟାକ କରିଛନ୍ତି ଏହି ସବୁ ଅଭିନେତ୍ରୀ
୨୦୧୮ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଲେଉଟାଣୀର ବର୍ଷ ଭାବେ ପ୍ରମାଣିତ ହୋଇଛି । ଚଳିତ ବର୍ଷ ଅନେକ ଅଭିନେତ୍ରୀ ପରଦାକୁ କମବ୍ୟାକ କରି ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତୁ ଜାରଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ।
ଦେବସ୍ମିତା: ୨୦୧୫ରେ ମୁକ୍ତିଲାଭ କରିଥିବା ‘ରାଘବ ରାଜାରାମ’ରେ ତିନିଜଣ ନବାଗତାଙ୍କର ଏଣ୍ଟ୍ରି ହୋଇଥିଲା । ଏମାନଙ୍କ ଭିତରୁ ଜଣେ ହେଲେ ଦେବସ୍ମିତା । ଏଥିରେ ସେ ଦେବାଶିଷ ପାତ୍ରଙ୍କ ବିପକ୍ଷରେ ନାୟିକା ବନିଥିଲେ । ପ୍ରାୟ ତିନି ବର୍ଷପରେ ପୁଣି ୨୦୧୮ରେ ଦେବସ୍ମିତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଲା ଓଡ଼ିଆ ସିନେମା ‘ଭାଇଜାନ୍ ରେ । ଏଥିରେ ତାଙ୍କ ବିପକ୍ଷରେ ନାୟକ ବନିଥିଲେ ସୂରଜ କୁମାର ।
ମେଘା ମହାନ୍ତି: ୨୦୧୫ରେ ରିଲିଜ ହୋଇଥିବା ବିନ୍ଦାସ ରୋମିଓ’ ରେ ନାୟିକା ଭୂମିକା ନିଭାଇଥିଲେ ମେଘା ମହାନ୍ତି । ସେ ପ୍ରାୟ ତିନିବର୍ଷ ପରେ ୨୦୧୮ରେ ଓଲିଉଡକୁ କମ୍ବ୍ୟାକ୍ କରିଥିଲେ ମେଘା । ୨୦୧୦ରେ ତାଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍ ମି’ ରିଲିଜ ହୋଇଥିଲା । ଏଥିରେ ନବାଗତ ରୋନକ ଦାସଙ୍କ ବିପକ୍ଷରେ ଅଭିନୟ କରିଥିଲେ ସେ ।
ପୁପୁଲ୍: ପାୟଲ ଭୂୟାଁ ଓରଫ ପୁପୁଲଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା କାଉଁରୀ କନ୍ୟା’ । ଏହା ୨୦୧୪ରେ ମୁକ୍ତିଲାଭ କରିଥିଲା । ପ୍ରାୟ ଚାରିବର୍ଷ ପରେ ପୁପୁଲ୍ ୨୦୧୮ରେ ନଜର ଆସିଥିଲେ ଫିଲ୍ମ ‘ବ୍ଲାକମେଲ୍’ରେ । ହେଲେ ଏଥିରେ ତାଙ୍କୁ ନାୟିକାଭାବେ ନୁହେଁ, ବରଂ ଏକ ଆଇଟମ୍ ଗୀତ’ବୋଉ ମାରିବ ରେ ଦେଖିବାକୁ ମିଳିଥିଲା ।
କାବ୍ୟା: ଓଡିଆ ଥ୍ରିଡି ସିନେମା ‘କାଉଁରୀ କନ୍ୟାରେ ନାୟିକା ଭୂମିକାରେ ନଜର ଆସିଥିବା କାବ୍ୟା ବି ଫେରିଛନ୍ତି ପ୍ରାୟ ଚାରିବର୍ଷ ପରେ । ୨୦୧୮ରେ ରିଲିଜ ହୋଇଥିବା ଓଡ଼ିଆ ସିନେମା ‘ରହସ୍ୟ’ରେ କାବ୍ୟାଙ୍କୁ ପୁଣି ଓଲିଉଡ ସ୍କ୍ରିନରେ ଦେଖିବାକୁ ମିଳିଛି ।
ଜୟା: ଓଲିଉଡର ନାୟିକା ତଥା କୋରିଓଗ୍ରାଫର ଓ ଆଙ୍କର ଜୟା ମଧ୍ୟ ବେଶ୍ କିଛି ବ୍ୟବଧାନରେ ପରଦା ଉପରକୁ ଫେରିଛନ୍ତି ୨୦୧୮ରେ । ତାଙ୍କୁ ଫିଲ୍ମ ‘ଲଭ ପ୍ରମିଜ୍ରେ ନାୟିକା ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ ।