ପୂଜା କରିବା ସମୟରେ ଆପଣ ମଧ୍ୟ ଏହି କାମ କରୁଛନ୍ତି କି?
ପୂଜା କରିବା ସମୟରେ କେତେକ ବିଧି ବିଧାନକୁ ନଜରରେ ରଖି ପୂଜା କରାଯାଏ । ବିଶେଷ କରି ମହିଳା ମାନଙ୍କୁ ନେଇ କେତେକ ବିଶେଷ କଥା ରହିଛି । କୁହାଯାଏ ମହିଳା ମାନେ ପୂଜା କରିବା ସମୟରେ ମୁଣ୍ଡରେ ଓଢଣା ଦେଇ ପୂଜା କରିବା ଉଚିତ ।
ହିନ୍ଦୁ ଧର୍ମରେ କୁହାଯାଇଛି ଯେ, ଯେଉଁମାନଙ୍କୁ ମହିଳାମାନେ ସମ୍ମାନ କରିଥାଆନ୍ତି ସେମାନଙ୍କ ସମ୍ମୁଖରେ ମୁଣ୍ଡ ଘୋଡାଇ ରଖି ଥାଆନ୍ତି। ଏହା ସର୍ବଦା ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ଦେବାଦେବୀଙ୍କ ପୂଜା ତାଙ୍କର ସମ୍ମାନ ସ୍ବରୂପ ମୁଣ୍ଡରେ ଓଢଣା ଦିଆଯାଇଥାଏ।ଏପରି କରିବା ଦ୍ବାରା ମହିଳାଙ୍କୁ ପୂଜାର୍ଚ୍ଚନାରେ ଶୁଭ ଫଳ ମିଳିଥାଏ।
ମୁଣ୍ଡ ଘୋଡାଇ ରଖିବା ଦ୍ବାରା ଏକାଗ୍ରତା ବୃଦ୍ଧି ପାଇଥାଏ। ପୂଜାର୍ଚ୍ଚନା ସମୟରେ ମୁଣ୍ଡରେ ଓଢଣା ଦେବା ଦ୍ବାରା ଧ୍ୟାନ ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ହୋଇ ରହିଥାଏ। ଏହାଦ୍ବାରା ଈଶ୍ବରଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ। ବେଦରେ କୁହାଯାଇଛି ଯେ, ମୁଣ୍ଡର ମଧ୍ୟ ଭାଗରେ ଏକ କେନ୍ଦ୍ରୀୟ ଚକ୍ର ରହିଛି। ତେଣୁ ମୁଣ୍ଡକୁ ଘୋଡାଇ ରଖି ଈଶ୍ବରଙ୍କ ପୂଜା କରିବା ଦ୍ବାରା ଏହି ଚକ୍ର ଉପରେ ଶୀଘ୍ର ପ୍ରଭାବ ପଡିଥାଏ।
ମୁଣ୍ଡକୁ ଘୋଡାଇ ରଖି ପୂଜା କରିବା ଦ୍ବାରା ବ୍ୟକ୍ତି ମଧ୍ୟକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ବ୍ୟକ୍ତିଙ୍କ ମନ ଶାନ୍ତ ରହିଥାଏ। ଏହାଦ୍ବାରା ବ୍ୟକ୍ତିଙ୍କୁ ଶୀଘ୍ର ସଫଳତା ମିଳିଥାଏ। ସକାରାତ୍ମକ ପରିବେଶରେ ଈଶ୍ବରଙ୍କ ପୂଜା କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।