ବେବି ଗର୍ଲ ପ୍ୟାରେଂଟ ହେଲେ ରିକି ମାର୍ଟିନ ଏବଂ ୟବାର ୟୁସୁଫ, ୨୦୧୮ରେ କରିଥିଲେ ବିବାହ !
ଫେମସ ଆମେରିକାନ ସିଙ୍ଗର ରିକି ମାର୍ଟିନ ଏବଂ ତାଙ୍କ ସ୍ୱାମୀ ୟବାର ୟୁସୁଫ ଲୁସିଆ ନାମକ ଏକ କୁନି ଶିଶୁର ମା-ବାପା ହୋଇଛନ୍ତି, ରିକି ମାର୍ଟିନ ଏହି ସମ୍ପର୍କରେ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି । ସେ ବେବି ଗର୍ଲର ଫଟୋ ଶେୟାର କରି ଲେଖିଛନ୍ତି ଯେ ଏହା ଆମ ପାଇଁ ଖୁବ ମୁଲ୍ୟବାନ ମୂହୁର୍ତ୍ତ ଅଟେ । ସେ ଏହି ବିଷୟରେ ଉତ୍ସାହର ସହ ଚାହିଁ ବସିଛନ୍ତି ଯେ ଏହି ସୁନ୍ଦର କୁନି ଝିଅ ତାଙ୍କ ଦୁନିଆକୁ କେଉଁ ଆଡକୁ ନେଇଯିବ ।
ଏହାପୂର୍ବରୁ ୧୦ବର୍ଷର ଯାଆଁଳା ପୁଅଙ୍କୁ ସେ ପାଳୁଛନ୍ତି, ଯାହାଙ୍କ ନାଁ ମାଟେଓ ଏବଂ ଭାଲେଂଟିନୋ ।
ଏଠାରେ ଆମେ କହି ରଖୁଛୁ ଯେ, ମାର୍ଟିନ ସମଲିଙ୍ଗୀ ଅଟନ୍ତି ଏବଂ ତାଙ୍କର ଦୁଇ ବର୍ଷ ପର୍ଯ୍ୟନ୍ତ ୟୁସୁଫଙ୍କ ସହ ଅଫେୟାର ଥିଲା । ୪୬ବର୍ଷୀୟ ରିକି ୨୦୧୬ରେ ୟୂସୂଫଙ୍କ ଡେଟିଂ ଆରମ୍ଭ କରିଥିଲେ । ରିକି ଏବଂ ୟୂସୁଫ ନଭେମ୍ବରରେ ନିର୍ବନ୍ଧ କରିଥିଲେ ଏବଂ ପୂର୍ବ ବର୍ଷ ହିଁ ବିବାହ କରିଥିଲେ ।
ରିକି ମାର୍ଟିନ ଅନ୍ତର୍ଜାତୀୟ ଗାୟକ ଅଟନ୍ତି ଏବଂ ସେ ୨ଥର ଗ୍ରେମୀ ଆୱାର୍ଡ ଜିତି ସାରିଲେଣି । ଲାଟିନ ଆମେରିକାରେ ସବୁଠାରୁ ଲୋକପ୍ରିୟ ଗାୟକ ରୂପେ ମଧ୍ୟ ସେ ପରିଚିତ । ଖବର ମୁତାବକ ରିକି ମାର୍ଟିନ ଆଗରୁ ପୂର୍ବ ମିସ ୟୁନିଭର୍ସ ସୁଷ୍ମିତା ସେନଙ୍କୁ ମଧ୍ୟ ଡେଟ କରିଥିଲେ ।