ନିକଟରେ ରିଲିଜ ହୋଇଥିଲା ଚାଲ ଟିକେ ଦୁଷ୍ଟ ହେବାର ଟାଇଟେଲ ଟ୍ରାକ୍ ଏବଂ ଏହି ଗୀତରେ କଣ୍ଠଦାନ କରିଥିଲେ ତାରିକ୍ ଅଜିଜ୍ । ତେବେ ଏହି ଫିଲ୍ମର ଏକ ରୋମାଂଟିକ ସଙ୍ଗ ରିଲିଜ ହୋଇଛି ଏବଂ ଏଥିରେ କଣ୍ଠଦାନ କରିଛନ୍ତି ଅନନ୍ୟା ନନ୍ଦ ଓ ସ୍ୱୟମ ପାଢୀ । ଗୀତର ଟ୍ୟାଗ ଲାଇନ ରହିଛି ୟେ ଲଭସିପ୍ । ଗୀତଟି ଘଂଟାଏ ହେବ ରିଲିଜ ହେଉ ହେଉ ଏହାକୁ ପ୍ରାୟ ୮ହଜାର ଥର ଦେଖାଯାଇସାରିଲାଣି । ଦେଖନ୍ତୁ –
ଗୀତରେ ସାୟଲ ଏବଂ ଇଶାନ୍ଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି।ଫିଲ୍ମଟି ନୂଆବର୍ଷରେ ରିଲିଜ୍ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍ଙ୍କ ସହ ଦୁଇ ନାୟିକା ଶାୟଲ୍ ଏବଂ ମହିମା ଏହି ଫିଲ୍ମ ମାଧ୍ୟମରେ ଓଲିଉଡ୍ରେ ଡେବ୍ୟୁ କରିବେ। ‘ଚାଲ୍ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍ସର ୧୮ତମ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।