କିସ୍ ଡେ’ ସ୍ପେଶାଲ: ସାଥୀକୁ କିସ୍ କରିବା ପୂର୍ବରୁ ଜାଣନ୍ତୁ କେଉଁ କିସର ଅର୍ଥ କ’ଣ
ଭାଲେଣ୍ଟାଇନ ସପ୍ତାହର ସପ୍ତମ ଦିନ ଭାବେ କିସ୍ ଡେ’ ପାଳନ କରାଯାଏ । ଏହି ଦିନ ପ୍ରତ୍ୟେକ ବ୍ୟକ୍ତି ନିଜ ସାଥୀଙ୍କୁ କିସ କରି ନିଜ ସମ୍ପର୍କକୁ ଆହୁରି ମଜବୁତ କରିଥାନ୍ତି ଓ ପ୍ରେମକୁ ପ୍ରକାଶ କରିଥାନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଖାସ ଦିନ କାରଣ ଏହା ଦ୍ୱାରା ଆପଣ ନିଜ ସାଥୀଙ୍କ ପ୍ରତି ନିଜ ଭାବନା ଓ ଭଲପାଇବାକୁ ପ୍ରକାଶ କରିବାର ସୁଯୋଗ ପାଇଥାନ୍ତି । ଯଦି ଆପଣ ନିଜ ସାଥୀଙ୍କୁ କିସ କରି ପ୍ରଭାବିତ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମଧ୍ୟ ଜାଣିବା ଜରୁରୀ କିସ କେତେ ପ୍ରକାର ଏବଂ କେଉଁ କିସର ଅର୍ଥ କ’ଣ ।
- ଫୋରହେଡ କିସ-
ଏହି ପ୍ରକାର କିସ ଆପଣଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିବ । କାରଣ ଏହି କିସ ଆପଣଙ୍କ ସାଥୀଙ୍କୁ ସନ୍ଦେଶ ଦେଇଥାଏ ଯେ ତୁମେ ସବୁବେଳେ ମୋର । - ଚିକ କିସ-
ଏଥିରେ ଆପଣ ନିଜ ସାଥୀଙ୍କର ଗାଲକୁ କିସ କରିଥାନ୍ତି । ଏହାର ଅର୍ଥ ଆପଣ ତାଙ୍କର ପୁରା ଦୁନିଆ । - ଇୟର କିସ-
ଏଥିରେ ସାଥୀଙ୍କର ପାର୍ଟନରର କାନକୁ କିସ କରାଯାଇଥାଏ । ଏହି କିସ ସବୁଠାରୁ ଅଧିକ ରୋମାଣ୍ଟିକ ଏବଂ ଇଂଟିମେଣ୍ଟ କିସ ହୋଇଥାଏ । - କିସ ଅନ ହ୍ୟାଣ୍ଡ-
ଏଥିରେ ସାଥୀର ହାତକୁ କିସ କରାଯାଇଥାଏ । ଏହା ଆପଣଙ୍କ ସାଥୀଙ୍କ ପ୍ରତି ଆପଣଙ୍କର ଭଲପାଇବାକୁ ପ୍ରକାଶ କରିଥାଏ । ଏହି କିସରେ ଆପଣଙ୍କ ସାଥୀ ଆପଣଙ୍କ ଉପରେ ସବୁଠାରୁ ଅଧିକ ଭରସା ମଧ୍ୟ କରିଥାନ୍ତି । - ଫ୍ରେଞ୍ଚ କିସ-
ଏହି କିସ କରିବା ପାଇଁ ଆପଣଙ୍କ ସାଥୀର ସହଯୋଗ ରହିବା ଦରକାର । ଏହା ଆପଣଙ୍କ ଭଲପାଇବା ଏବଂ ରୋମାନ୍ସକୁ ଦର୍ଶାଇଥାଏ । - ସୋଲ୍ଡର କିସ-
ଏଥରେ ସାଥୀର କାନ୍ଧକୁ କିସ କରାଯାଇଥାଏ । ଏହା ଦର୍ଶାଇଥାଏ ଯେ ମୁଁ ତୁମକୁ ଭଲପାଏ । - ନେକ କିସ-
ଏହା ଦର୍ଶାଇଥାଏ ଯେ ଆମେ ଦୁହେଁ ଦୁହିଁଙ୍କ ପାଇଁ ଜନ୍ମ ହୋଇଛେ ।