ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର ଫିଲ୍ମ ଟ୍ରେଲର ରିଲିଜ ହେଲାପରେ ଅନେକ ବିବାଦ ସାମ୍ନାକୁ ଆସିଥିଲା । ବଲିଉଡର ମାନିବା ହେଉଛି ରାଜନୈତିକ ଦଳର ଧସ୍ତାଧସ୍ତି ଫାଇଦା ନିଶ୍ଚୟ ଏହି ଫିଲ୍ମକୁ ମିଳିବ । ଫିଲ୍ମର ପ୍ରମୋଶନ ପାଇଁ ଏବେ ଟିମ ବିଭିନ୍ନ ମଂଚରେ ଏକାସହ କାମ କରୁଛନ୍ତି । ଫିଲ୍ମ ରିଲିଜ ହେବା ପୂର୍ବରୁ ଏଭଳି ଅନେକ କଥା ସାମ୍ନାକୁ ଆସିଛି ଯାହାକୁ ଜାଣି ଦର୍ଶକଙ୍କ ଉତ୍ସୁକତା ଫିଲ୍ମ ପାଇଁ ବଢିବାରେ ଲାଗିଛି । ଏସମସ୍ତ ମଧ୍ୟରେ ସମସ୍ତଙ୍କ ମୁଣ୍ଡରେ ଗୋଟିଏ କଥା ଚାଲିଛି ଯେ ଅସଲରେ ଅନୁପମ ଖେର କିଭଳି ମନମୋହନ ସିଂଙ୍କ ରୂପ ନେଲେ । ହାତ ଯୋଡି ଅଭିବାଦନ କରିବା ଷ୍ଟାଇଲ ଠାରୁ ଆରମ୍ଭ କରି ସ୍ୱର ପର୍ଯ୍ୟନ୍ତ ଖୁବ ପରିଶ୍ରମ କରିଥିବା ଦେଖିବାକୁ ମିଳିଛି ।
ଏହି ପ୍ରଶ୍ନର ଉତ୍ତର ଅନୁପମ ଖେରଙ୍କ ଏକ ଭିଡିଓରେ ଦେଖିବାକୁ ମିଳିବ । ଅନୁପମ ଖେରଙ୍କୁ ଏହି ଲୁକରେ ଆସିବା ପାଇଁ ଦୁଇ ଘଂଟା ସମୟ ଲାଗିଥାଏ । ଏହି ଭିଡିଓ ନିଜେ ଅନୁପମ ନିଜ ସୋସିଆଲ ଅକାଉଂଟରେ ଶେୟାର କରିଛନ୍ତି । ଦେଖନ୍ତୁ ଭିଡିଓ-
ଏଠାରେ ଆମେ କହି ରଖୁଛୁ ଯେ ସଂଜୟ ବାରୁଙ୍କ ବହି ଆଧାରରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଜାନୁଆରୀ ୧୧ରେ ପରଦାକୁ ଆସିବ । ଏହି ଫିଲ୍ମରେ ସଂଜୟ ବାରୁଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ ଖନ୍ନା ।