ପ୍ରିୟ କଳାକାରଙ୍କୁ ବାଦ ଦେଇ ଆଲିୟାଙ୍କୁ ସାଇନ କଲେ ଭଂସାଲୀ, ଜାଣନ୍ତୁ କାହିଁକି ।
ଭଂସାଲୀଙ୍କ ସହିତ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସଂପର୍କ ଖୁବ ଭଲ ଏହା ସମସ୍ତେ ଜାଣନ୍ତି । ତାଙ୍କର ପ୍ରତ୍ୟେକଟି ହିଟ ଫିଲ୍ମରେ ସେ ଦୀପିକାଙ୍କୁ ନାୟିକା ଭାବରେ ନିଅନ୍ତି । କିନ୍ତୁ ନିକଟରେ ଆସିଥିବା ଏକ ଖବର ଅନୁସାରେ ସେ ଦୀପିକା ନୁହଁନ୍ତି ବରଂ ଆଲିୟାଙ୍କୁ ଏକ ଫିଲ୍ମରେ ସାଇନ କରିଛନ୍ତି । ଏହାକୁ ଶୁଣିବା ପରେ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଅନୁଭବ ହେଉଥିବ । ତେବେ ଆମେ ଆପଣଙ୍କୁ ଏହା ପଛର କାରଣ ବିଷୟରେ ଜଣାଇବୁ ।
ନିଜର ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ମନରେ ଏକ ଭିନ୍ନ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରି ପାରିଛନ୍ତି ଅଲିୟା । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ରାଜି’ ବ୍ଲକ୍ବଷ୍ଟର ହିଟ୍ ହୋଇଛି। ଏହି ଫିଲ୍ମ ପରେ ତାଙ୍କୁ ଜଣେ ଦକ୍ଷ ଅଭିନେତ୍ରୀର ଆଖ୍ୟା ମିଳିଛି। ରିପୋର୍ଟ ମୁତାବକ ଭଂଶାଲୀ ଆଲିଆଙ୍କ ଅଭିନୟରେ ପୂରା ଇମ୍ପ୍ରେସ୍ ହୋଇ ଯାଇଛନ୍ତି। ଆଉ ଅଭିନୟରେ ତାଙ୍କ ଦକ୍ଷତା ଦେଖି ସେ ତାଙ୍କ ଆଗମୀ ଫିଲ୍ମରେ ଦୀପିକା ନୁହେଁ ବରଂ ଆଲିଆଙ୍କୁ ନେବେ ବୋଲି ଖବର ଆସୁଛି।କିନ୍ତୁ ଏସବୁକୁ ନେଇ ଏ ପର୍ଯ୍ୟନ୍ତ କିଛି ଫାଇନାଲ୍ ହୋଇନାହିଁ। କିନ୍ତୁ ଭଂଶାଲୀ ନିଜ ଆଗାମୀ ଫିଲ୍ମ ପାଇଁ ଆଲିଆଙ୍କୁ କନ୍ସିଡର୍ କରିଥିବା ଆପାତତଃ ସ୍ପଷ୍ଟ ବୋଲି ଜଣାପଡ଼ିଛି।