ଘରର ବାସ୍ତୁ ବିଗାଡ଼ିପାରେ ଡଷ୍ଟବିନ ।
ବାସ୍ତୁ ଅନୁସାରେ ଜିନିଷର ସ୍ଥାନ ଏବଂ ଦିଗ ମଧ୍ୟରେ ଏକ ନିବିଡ଼ ସଂପର୍କ ରହିଛି । ଯାହା ଖରାପ ଏବଂ ଭଲ ପରିଣାମକୁ ଦର୍ଶାଇଥାଏ । ସେଥିପାଇଁ ଆମେ ଏଭଳି ଏକ ସ୍ଥାନ ବାଛିଥାଉ ଯାହା ଅଳିଆ ପକାଇବା ପାଇଁ ବ୍ୟବହାର ହୋଇଥାଏ । ବାସ୍ତୁ ଅନୁସାରେ ଏହାର ଭିନ୍ନ ଭିନ୍ନ ପରିଣାମ ଦେଖିବାକୁ ମିଳିଥାଏ ।
ଘରର ଉତ୍ତର ଦିଗରେ ରଖାଯାଇଥିବା ଡଷ୍ଟବିନ ଅଳିଆକୁ କମ କରିଥାଏ ଏବଂ ଘରର ସ୍ଥିତିକୁ ପରିବର୍ତ୍ତନ କରିଥାଏ ।
ପୂର୍ବ ଦିଗରେ ରଖାଯାଇଥିବା ଡଷ୍ଟବିନ ଆପଣଙ୍କୁ ପରିଛନ୍ନ ପାଇଁ ପ୍ରେରିତ କରିବ, ଏହା ଦ୍ୱାରା ଘର ସୁନ୍ଦର ଓ ସ୍ୱଚ୍ଛ ଦେଖାଯିବ ।
ଦକ୍ଷିଣ ଦିଗରେ ଥିବା ଡଷ୍ଟବିନ ଆପଣଙ୍କୁ ନିୟନ୍ତ୍ରଣ ବାହାରକୁ ନେଇଯିବ । ଯାହା ଦ୍ୱାରା ଘରେ ସମସ୍ୟା ଦେଖାଦେବ, ଯଦି କର୍ମଚାରୀ ରଖିଛନ୍ତି କାମ କରିବାକୁ ସେମାନେ ମଧ୍ୟ ଭଲ ଭାବରେ କାମ କରିବେ ନାହିଁ ।
ଉତ୍ତର ପଶ୍ଚିମ ଦିଗରେ ଥିବା ଡଷ୍ଟବିନ ଆପଣଙ୍କ ଅଧିକ କାମରେ ଆସିବ ନାହିଁ । ପୂର୍ବଭଳି ଏଠାରେ ମଧ୍ୟ କର୍ମଚାରୀ କାମରେ ଠକିବେ ।