ଟ୍ କ୍ୟାମ୍ପସର ଅଡିଟୋରିୟମରେ ଆୟୋଜିତ କରାଯାଇଥିବା ଇଣ୍ଡିଆ ଟୁଡେ ମାଇଣ୍ଡ ରକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତ୍ରୀ ତାପ୍ସୀ ପନ୍ନୁ । ଏହି ସମୟରେ ସେ କାଷ୍ଟିଙ୍ଗ କାଉଚ୍, ନିଜ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଥିଲେ । ପ୍ରଥମ ଥର ପାଇଁ ମି ଟୁ ଅଭିଯାନ ପରେ ସୁଟିଂ ସେଟ୍ର ମାହୋଲ କେମିତି ରହୁଛି,ସେ ବିଷୟରେ ଜଣାଇଥିଲେ ତାପ୍ସୀ ।
ତାଙ୍କ କହିବା ଅନୁଯାୟୀ,ମୋ ସହିତ କାଷ୍ଟିଙ୍ଗ୍ କାଉଚ୍ ଭଳି ଘଟଣା ଘଟି ନାହିଁ । କାରଣ ମୋତେ କେବେ ବି ପ୍ରଯୋଜକଙ୍କ ଘରକୁ ଯାଇ କାମ ମାଗିବାକୁ ପଡ଼ି ନାହିଁ । କିନ୍ତୁ ମୋ ସହିତ ହୋଇ ନାହିଁ, ତା’ମାନେ ନୁହଁ ଯେ ଏଭଳି ହେଉ ନାହିଁ । ଏହି ଘଟଣା ପୁଅ ଏବଂ ଝିଅ ଉଭୟଙ୍କ ସହ ହୋଇଥାଏ । ସବୁଠାରୁ ବଡ଼ କଥା ହେଲା ମି ଟୁ ଅଭିଯାନ ପରେ ସୁଟିଂ ସେଟ୍ର ମାହୋଲ ବଦଳିଛି । ସେଟ୍ରେ ଲୋକମାନେ କିଛି କହିବା ଏବଂ କରିବା ପୂର୍ବରୁ ଭାବି ଚିନ୍ତି କରୁଛନ୍ତି ।