ଫିଲ୍ମ ଫ୍ରାଇଡେ’ରେ ପରଦାକୁ ଆସିଛି ଚଳଚ୍ଚିତ୍ର ଉରି । ଫିଲ୍ମର ଲିଡ ରୋଲରେ ଥିବା ବିକି କୌଶଲ ଏବଂ ଅଭିନେତ୍ରୀ ୟାମୀ ଗୌତମ ଫିଲ୍ମର ପ୍ରମୋଶନରେ ଏବେ ଖୁବ ବ୍ୟସ୍ତ ଅଛନ୍ତି । ଇିତି ମଧ୍ୟରେ ଅଭିନେତା ବିକି କୌଶଲ୍ ଏହି ସିନେମାକୁ ନିଆରା ଭାବେ ପ୍ରମୋଟ୍ କରିଛନ୍ତି ।
ଅଭିନେତା ବିକି କୌଶଲ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଫିଲ୍ମକୁ ପ୍ରମୋଟ କରୁଥିବାର ଦେଖିବାକୁ ମିଳିଛି ଆଉ ଏଥିରେ ତାଙ୍କ ସହ ସାଥ ଦେଇଛନ୍ତି ବଲିଉଡର ଅନ୍ୟ ବଡ ବଡ କଳାକାର । ବିକି ସେୟାର କରିଥିବା ଏହି ଭିଡିଓରେ କରଣ ଜୋହର୍, ରଣବୀର୍ ସିଂ, ଆଲିଆ ଭଟ୍ଟ, ରଣବୀର୍ କପୁର୍, ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧୱନ, ଭୂମି ପଦେନେକର୍, ରୋହିତ୍ ସେଟ୍ଟି, ରାଜ କୁମାର୍ ରାଓ, ଆୟୁଷ୍ମାନ ଖୁରାନା ଆଦି ବିଗ୍ ଷ୍ଟାର୍ ନଜର ଆସିଛନ୍ତି । ସଭିଏଁ ଉରି ରିଲିଜ୍ ବିଷୟରେ ସୂଚନା ଦେଇଛନ୍ତି ।
View this post on Instagram
From us to you. Releasing tomorrow! #URITheSurgicalStrike #11thJan2019 “HOW’S THE JOSH!?” ??❤️?