ଦୁନିଆର ସବୁଠାରୁ ପ୍ରସିଦ୍ଧ ଟେଲିଭିଜନ କାର୍ଯ୍ୟକ୍ରମ ମଧ୍ୟରେ ଏକ ଗେମ ଏଫ ଥ୍ରୋନ୍ସର ଟିଜର ରିଲିଜ ହୋଇସାରିଛି । ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ କାର୍ଯ୍ୟକ୍ରମ ଏବେ ନିଜର ଅନ୍ତିମ ପର୍ଯ୍ୟାୟରେ । ଗେମ ଅଫ ଥ୍ରୋନ୍ସର ଅନ୍ତିମ ତଥା ସିଜିନ-୮ ୧୪ ଏପ୍ରିଲରେ ପ୍ରସାରଣ କରାଯିବ । ୯୦ ସେକେଣ୍ଡର ଏହି ଟିଜରରେ ସିିରିଜର ୩ଟି ମୁଖ୍ୟ ଚରିତ୍ରକୁ ଦର୍ଶାଯାଇଛି । ୭ଟି ସିଜିନରେ ଦର୍ଶକେ ଯାହାକୁ ଅପେକ୍ଷା କରିଥିଲେ ତାହା ଏହି ସିଜିନରେ ଦେଖିବାକୁ ମିଳିବ ।
ଗେମ ଅଫ ଥ୍ରୋନ୍ସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏହାର ଟିଜରକୁ ରିଲିଜ କରାଯାଇଛି । ୨୦୧୭ରେ ଏହାର ୭ମ ସିଜିନ ରିଲିଜ ହୋଇଥିଲା କିନ୍ତୁ ୨୦୧୮ରେ ଏହାର କୌଣସି ସିଜିନ ଆସିନଥିଲା । ଏହି ସିରିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏହି ସିରିଜରେ ଏପରି ଅନେକ ରାଜ ଅଛି ଯାହାକୁ ପ୍ରଡ୍ୟୁସର ୬ଟି ଏପିସୋଡରେ ଦେଖାଇବା ସମ୍ଭବ ହେବ ନାହିଁ । ତେବେ ଦର୍ଶକ ଏହି ସିରିଜ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।
ଦେଖନ୍ତୁ ଭିଡିଓ-
April 14. #ForTheThrone pic.twitter.com/Mzy22yxM6Z
— Game Of Thrones (@GameOfThrones) January 14, 2019