ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହିତ ସେ ସୁଟିଂ ସେଟରୁ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ସଲମାନ ଖାନ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତା ସଲମାନ ଖାନଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।
ଭିଡିଓରେ ସଲମାନ ଖାନ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି । ମାତ୍ର ୧୮ ଘଣ୍ଟା ମଧ୍ୟରେ ସଲମାନଙ୍କ ଏହି ଭିଡିଓକୁ ୨,୧୪୬,୧୩୫ ଭ୍ୟୁଜ ମିଳିସାରିଛି । ସଲମାନଙ୍କ ଏହି ସ୍ପୋର୍ଟି ଅନ୍ଦାଜ ତାଙ୍କର ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି । ଭିଡିଓ ସେୟାର କରିବା ସହିତ ସଲମାନ ଖାନ କ୍ୟାପସନରେ ଲେଖିଥିଲେ ଭାରତ ଖେଲେଗା ।
ଫିଲ୍ମ ଭାରତ ବିଷୟରେ କହିବାକୁ ଗଲେ ଫିଲ୍ମରେ ସଲମାନ ଖାନଙ୍କ ବ୍ୟତିତ କ୍ୟାଟ୍ରିନା, ତବୁ, ସୁନିଲ ଗ୍ରୋଭର, ଦିଶା ପଟାନୀଙ୍କ ପରି କଳାକାର ନଦର ଆସିବେ । ଅଲ୍ଲୀ ଅବାସାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୫ଜୁନରେ ରିଲିଜ ହେବ ।