ଏହି ଫଟୋରେ ଲୁଚିଥିବା ଜନ୍ତୁକୁ ଚିହ୍ନି ପାରୁଛନ୍ତି କି ଆପଣ? ଭାଇରାଲ ହେଉଛି ଏହି ପ୍ରଶ୍ନ !
ସାମାନ୍ୟ ରୂପରେ ଏହି ଫଟୋ ଦେଖିଲେ ଏହା କେବଳ ଧଳା ଗାର ଏବଂ କଳା ଗାର ଦିଶୁଛି , ମାତ୍ର ଯଦି ଆପଣ ମୁଣ୍ଡର ଜୋର ଦେବେ ଏହି ଫଟୋରେ ଗୋଟେ ଜନ୍ତୁ ନଜର ଆସିବ ।
ଏହି ଫଟୋ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନ୍ୟୁଜଲାଣ୍ଡର ଇଂଜିନିୟର ଡା. ମିଶେଲ ଡିଙ୍କିସନ ବୁଧବାର ଦିନ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ‘ଆପଣ କେବଳ ସେତେବେଳେ ଦେଖି ପାରିବେ ଯେତେବେଳେ ଆପଣ ମୁଣ୍ଡ ହଲାଇବେ । ଏହା ସତ ଅଟେ ।
You can only see this optical illusion if you shake your head (I’m serious) ? pic.twitter.com/WhtZ1b0r4t
— Dr Michelle Dickinson (@medickinson) January 10, 2019
ଯଦି ଆପଣ ଏହି ଫଟୋ ଦେଖି ପାରୁ ନାହାନ୍ତି ତେବେ ଆପଣ ଆପଣଙ୍କ କମ୍ପ୍ୟୁଟର ଠାରୁ କିଛି ଦୂରରେ ଯାଇ ଆଖିକୁ ବୁଲାଇ ଦେଖିବାକୁ ଚେଷ୍ଟା କରୁଛନ୍ତି । ଏହା ଅନଲାଇନରେ ଶେୟାର କରାଯାଇଥିବାରୁ ଲୋକଙ୍କ କମେଂଟ ମଧ୍ୟ ଶୁଣିବାକୁ ମିଳୁଛି । ଅନେକ ଲୋକ କହୁଛନ୍ତି ଏଥିରେ ବିଲେଇ ନଜର ଆସୁଛି । କ’ଣ ଆପଣଙ୍କୁ ବିଲେଇ ଦିଶୁଛି କି ?