ସଲମାନଙ୍କ କାର୍ବନ କପିଙ୍କୁ ରାସ୍ତାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ ।
କୁହାଯାଏ ବିଶ୍ୱରେ ଗୋଟିଏ ଚେହେରାର ୭ ଜଣ ବ୍ୟକ୍ତି ଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହିଭଳି ଲୋକଙ୍କୁ ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯାହାର ଚେହେରା କେତେକ ଷ୍ଟାର ମାନଙ୍କ ସହିତ ମିଶିଯାଉଥାଏ । ଯାହାଙ୍କୁ ଦେଖିବା ପରେ ଲୋକମାନେ ମଧ୍ୟ ଅସଲି ଓ ନକଲି ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ । ଏବେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଯେଉଁ ବ୍ୟକ୍ତି ନଜର ଆସିଛନ୍ତି ସେ ପ୍ରାୟ ସଲମାନଙ୍କ ଭଳି ଦେଖାଯାଉଛନ୍ତି । ତାଙ୍କୁ ଦେଖିବା ପରେ ଲୋକ ସଲମାନ ବୋଲି ଭାବିନେଲେ । ତେବେ ଭିଡ଼ିଓରେ ଏହି ବ୍ୟକ୍ତି ବାଇକୁ ସାଇଡ କରୁଥିବାର ଦେଖିବାକୁ ମିଳିଛି ।
Watch: Salman Khan’s lookalike spotted in Karachi.@SherySyed_ @khalid_pk pic.twitter.com/xyqUuNiBfN
— حاجی موسیٰ سوریا (@HajiMoosaSuriya) January 19, 2019
ବ୍ୟକ୍ତି ଜଣଙ୍କ ସଲମାନଙ୍କୁ କପି କରିଥିବାର ଦେଖିବାକୁ ମିଳିଛି । ଏଥିରୁ ପୂରା ଜଣାପଡ଼ୁଛିଯେ ଏହି ବ୍ୟକ୍ତି ଜଣଙ୍କ ମଧ୍ୟ ସଲମାନଙ୍କର ଜଣେ ବଡ଼ ଫ୍ୟାନ । ଏହି ଭିଡ଼ିଓ ପାକିସ୍ତାନର କରାଚୀ ସହରର ।
ଏହି ଭିଡ଼ିଓ ଦେଖିବା ପରେ କୁହାଯାଇପାରେଯେ ସଲମାନଙ୍କ ପ୍ରଶଂସକ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅଛନ୍ତି ।