ରିଲିଜ ହେଲା ନୱାଜୁଦ୍ଦିନ ସିଦ୍ଦିକୀ ଷ୍ଟାରର ଫଟୋଗ୍ରାଫର ଟିଜର ପୋଷ୍ଟର ।
ନିର୍ଦ୍ଦେଶକ ରିତେଶ ବତ୍ରା ତାଙ୍କ ଅପକମିଂ ଫିଲ୍ମ ‘ଫଟୋଗ୍ରାଫ’ର ଟିଜର ପୋଷ୍ଟର ରିଲିଜ କରି ସାରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକୀ ଏବଂ ସାନ୍ୟା ମଲହୋତ୍ରା ଅଭିନୀତ ଫିଲ୍ମ ୮ ମାର୍ଚ୍ଚ ୨୦୧୯ରେ ଭାରତରେ ରିଲିଜ ହେବାପାଇଁ ପ୍ରସ୍ତୁତ । ପୋଷ୍ଟରରେ ମୁଖ୍ୟ କଳାକାର ନୱାଜୁଦ୍ଦିନ ସିଦ୍ଦିକୀ ଏବଂ ସାନ୍ୟା ମଲହୋତ୍ରା ଏକ ନିଛାଟିଆ ସଡ଼କରେ ଏକା ସାଙ୍ଗରେ ଚାଲୁଥିବାର ନଜର ଆସିଛନ୍ତି । ଯେଉଁଥିରେ ଗୋଟିଏ ଧାଡ଼ି କ୍ୟାପ୍ସନ ମଧ୍ୟ ରହିଛିଯେ ଏହି ସବୁ ଏକ ଫଟୋଗ୍ରାଫରୁ ଆରମ୍ଭ ହୋଇଛି । ଫିଲ୍ମର ନିର୍ଦ୍ଦେଶକ ତାଙ୍କ ଟ୍ୱିଟର ଆକାଉଂଟରେ ଏହି ପୋଷ୍ଟର ଶେୟାର କରିଛନ୍ତି ।
The story begins… #PhotographMovie ?
Releases in cinemas in India on 8th March, 2019. @PhotographAmzn @Nawazuddin_S @Sanyamalhotra07 #Photograph pic.twitter.com/m3bTmCvdOI— Ramesh Bala (@rameshlaus) January 22, 2019
ପୁରସ୍କାର ବିଜେତା ନିର୍ଦ୍ଦେଶକଙ୍କ ଆଗାମୀ ଫିଲ୍ମ ୨୩ ଜାନୁୟାରୀରୁ ୨ ଫେବୃୟାରୀ ମଧ୍ୟରେ ହେବାକୁ ଥିବା ପ୍ରତିଷ୍ଠିତ ସନଡ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ୱାର୍ଲଡ ପ୍ରିମିୟର ହେବ ଏବଂ ୭ ଫେବୃୟାରୀରୁ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ଏହାର ୟୁରୋପୀୟ ପ୍ରିମିୟର କରାଯିବ ।
ବହୁଚର୍ଚ୍ଚିତ ଲଂଚବକ୍ସ ପରେ ଶ୍ରୀଯୁକ୍ତ ବତ୍ରା ଏହି ଫିଲ୍ମକ ପ୍ରେଜେଂଟ କରିବାକୁ ଯାଉଛନ୍ତି ।