Only for Entertainment

ରିଲିଜ୍ ହେଲା ପଂଜାବୀ – ହିନ୍ଦୀ ଡ୍ୟାନ୍ସ ଗୀତ ଲକ୍ ।

youtube
39

ବଲିଉଡ୍ ଅଭିନେତ୍ରୀ, ସର୍ଲିନ୍ ଚୋପ୍ରା ନିଜ ହଟ୍ ଅନ୍ଦାଜ ଆଉ ବୋଲ୍ଡ ଅଭିନୟ ପାଇଁ ହୋଇଛନ୍ତି ଢେର୍ ପପୁଲାର୍ । ଅନେକ ସିନେମାରେ ସର୍ଲିନ୍ ଚୋପ୍ରାଙ୍କ ହଟ୍ ଅନ୍ଦାଜ ଦେଖିବାକୁ ମିଳିଛି । ଆଉ ଏବେ ତାଙ୍କର ଏହି ଷ୍ଟାଇଲ୍ ଦେଖିବାକୁ ମିଳିଛି ଏକ ମ୍ୟୁଜିକ୍ ଭିଡିଓରେ । ନିକଟରେ ରିଲିଜ୍ ହୋଇଥିବା ଏକ ଡ୍ୟାନ୍ସ ଗୀତରେ ସର୍ଲିନଙ୍କ ଡ୍ୟାନ୍ସ ଜଲୱା ଦେଖିବାକୁ ମିଳିଛି ।

 

ରିଲିଜ୍ ହେଲା ପଂଜାବୀ – ହିନ୍ଦୀ ଡ୍ୟାନ୍ସ ଗୀତ ଲକ୍ । ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଗୀତରେ ସ୍ଥାନ ପାଇଛି ଅଭିନେତ୍ରୀ ସର୍ଲିନ ଚୋପ୍ରାଙ୍କ ଜବରଦସ୍ତ ଡ୍ୟାନ୍ସ । ଗୀତରେ ସର୍ଲିନଙ୍କ ହଟ୍ ଅନ୍ଦାଜ ଦେଖିବାକୁ ମିଳିଛି । ଗ୍ଲାମରସ୍ ଆଉଟଫିଟ ସାଙ୍ଗକୁ ସର୍ଲିନଙ୍କ ଡ୍ୟାନ୍ସ ଏହି ଗୀତକୁ କରିଛି ଆହୁରି ଖାସ୍ । ଏହି ଡ୍ୟାନ୍ସ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଭିକି ଓ ହାର୍ଦିକ୍ । ଏବଂ ଏଥିରେ କଣ୍ଠଦାନ କରିଛନ୍ତି ସୁକୃତି କକ୍କର୍ ଭିକି ଓ ହାର୍ଦିକ୍ । କେବଳ ସେତିକି ନୁହେଁ ଏହି ଗୀତ ଦୃଶ୍ୟାୟନରେ ସର୍ଲିନଙ୍କ ସହ ନଜର ଆସିଛନ୍ତି ହାର୍ଦିକ୍ ଓ ଭିକି । ଏହ ଜବରଦସ୍ତ ଡ୍ୟାନ୍ସ ଗୀତର ଲିରିକ୍ସ ଦେଇଛନ୍ତି ହାର୍ଦିକ୍ ଆଚାର୍ଯ୍ୟ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ମାତ୍ର କିଛି ଘଂଟା ଭିତରେ ଏହି ଗୀତକୁ ୧ ମିଲିଅନରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ମଧ୍ୟ ଏହି ଗୀତର ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More