ଶାହିଦଙ୍କୁ କରନଙ୍କ ପ୍ରଶ୍ନ, କେଉଁ ଏକ୍ସ ଗର୍ଲଫ୍ରେଣ୍ଡକୁ ଭୁଲିଯିବାକୁ ଚାହାଁନ୍ତି,କରୀନା ନା ପ୍ରିୟଙ୍କା?
ବଲିଉଡରେ ଶାହିଦ କପୁର ଜଣେ ଏଭଳି ଆକ୍ଟର ଯିଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ଫିଲ୍ମ ଦୁନିଆରୁ ସବୁବେଳେ ଦୂରେଇ ରଖନ୍ତି । ମୀରା ରାଜପୂତଙ୍କୁ ବିବାହ କରି ଦୁଇ ଛୁଆଙ୍କ ସହିତ ଖୁବ ଖୁସିରେ ଅଛନ୍ତି ଶାହିଦ । ଶାହିଦଙ୍କ ସଂପର୍କ କରୀନାଙ୍କ ସହିତ ତିନି ବର୍ଷ ପୂର୍ବରୁ ଭାଙ୍ଗି ଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରିୟଙ୍କାଙ୍କ ସହିତ ଅଳ୍ପ କିଛି ଦିନ ପାଇଁ ତାଙ୍କ ଅଫେୟର ଚାଲିଥିଲା । କିନ୍ତୁ ୨୦୧୫ରେ ଏହି ଚକଲେଟ ବଏ ମୀରାଙ୍କୁ ବିବାହ କରି ନେଇଥିଲେ ।
ନିକଟରେ କରନଙ୍କ ଶୋ କଫି ୱିଦ କରନକୁ ପହଂଚିଥିଲେ ଶାହିଦ । ଯେଉଁଠାରେ କରନ ତାଙ୍କୁ ପ୍ରଶ୍ନ କରିଥିଲେଯେ ଯଦି ତୁମକୁ କାହାକୁ ଭୁଲିଯିବା ପାଇଁ ଶକ୍ତି ଦିଆଯାଏ ତୁମେ ତୁମ ଏକ୍ସ ଗର୍ଲଫ୍ରେଣ୍ଡ କରୀନା ଏବଂ ପ୍ରିୟଙ୍କାଙ୍କ ମଧ୍ୟରୁ କାହାକୁ ଭୁଲିଯିବାକୁ ଚାହିଁବ । ଏହି ପ୍ରଶ୍ନର ଉତ୍ତରରେ ଶାହିଦ କହିଲେଯେ କରୀନାଙ୍କ ସହିତ ଲମ୍ବା ସମୟ ଧରି ମୋର ସଂପର୍କ ଥିଲା ଏବଂ ପ୍ରିୟଙ୍କାଙ୍କ ସହିତ ସ୍ୱଳ୍ପ ସମୟ । ଆଜି ମୁଁ ଯାହା ମଧ୍ୟ ହୋଇଛି ସବୁ ନିଜ ଅଭିଜ୍ଞତାରୁ । ତେଣୁ ମୁଁ କୌଣସି ସ୍ମୃତିକୁ ଡିଲିଟ କରିବାକୁ ଚାହୁଁନି ।
ଏହାପରେ କରନ ପ୍ରଶ୍ନ କଲେ ଦୁଇଜଣଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଟ୍ୟାଲେଂଟେଡ । ଏହି ପ୍ରଶ୍ନକୁ ଖୁବ ଜଗି ରଖି ଶାହିଦ କହିଲେ କରୀନା ଅଧିକ ଟ୍ୟାଲେଂଟେଡ ଆକ୍ଟର ଏବଂ ପ୍ରିୟଙ୍କା ଖୁବ ପରିଶ୍ରମୀ ଏବଂ କମିଡେଟ ଆକ୍ଟର ।