କାହିଁକି ଫିଲ୍ମ ଭାରତର ଟିଜରରେ ନଜର ଆସିଲେ ନାହିଁ କ୍ୟାଟ୍ରିନା ।
ଗୋଟିଏ ଦିନ ପୂର୍ବରୁ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ଭାରତର ଟିଜର ।ଯେଉଁଥିରେ ସଲମାନ ଭିନ୍ନ ଭିନ୍ନ ଲୁକରେ ନଜର ଆସିଛନ୍ତି ଏବଂ ସେଥିରେ ତାଙ୍କୁ ଏକ ନେଭି ମ୍ୟାନ ଭାବରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଫିଲ୍ମରେ ସଲମାନଙ୍କ ନାମ ହୋଇଛି ଭାରତ । ଜଣେ ରକଷ୍ଟାର ଭାବରେ ମଧ୍ୟ ନଜର ଆସିବେ ଦବଙ୍ଗ ଖାନ । ୧ ମିନିଟ ୬୦ ସେକେଣ୍ଡର ସମଗ୍ର ଟିଜରରେ କେବଳ ସଲମାନଙ୍କ ଅନ୍ଦାଜ ଦେଖିବାକୁ ମିଳିଛି । କିନ୍ତୁ ପଡ଼ିଯାଇଛି ମୁଖ୍ୟ ନାୟିକା କ୍ୟାଟ୍ରିନା ଏବଂ ଦିଶା । ଏହାକୁ ନେଇ ମସସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । କାରଣ ହେଉଛି ଏଭଳି କାହିଁକି ହୋଇଛି । ବିନା ନାୟିକାରେ ସଂପୂର୍ଣ୍ଣ ଟିଜରକୁ ଶେଷ କରାଯାଇଛି ।
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ କ୍ୟାଟ୍ ଚଳଚ୍ଚିତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଚଳଚ୍ଚିତ୍ର ରିଲିଜ୍ ହେବା ପାଇଁ ଆହୁରି ୬ ମାସ ସମୟ ବାକି ଅଛି। ଏହାକୁ ଇଦ୍ରେ ରିଲିଜ୍ କରାଇବାର ଯୋଜନା ରହିଛି। ଏଥିପାଇଁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି ଯେ ଏବେ ପାଇଁ ସେ କ୍ୟାଟ୍ଙ୍କ ଲୁକ୍ ଓ ଅଭିନୟକୁ ଗୁପ୍ତ ରଖି ପରେ ଦର୍ଶକଙ୍କୁ ସରର୍ପ୍ରାଇଜ୍ ଦେବେ।