Only for Entertainment

ସନି ଲିଓନିଙ୍କ ମାଲୟଲାମ ଡେବ୍ୟୁ , ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ !

31

ବଲିଉଡରେ ନିଜ ପରିଚୟ ବନାଇବା ପରେ ଏବେ ସନି ଲିଓନି ସାଉଥ ଫିଲ୍ମରେ ନିଜର କ୍ୟାରିଅର ବନାଇବା ପାଇଁ ଲାଗିପଡିଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏହାର ଖୁଲାସା କରିଥିଲେ ଯେ ସେ ମାଲୟଲାମ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ସୁଟିଂ ସେଟରୁ ଏବେ ସନିଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ସନି ଏହି ଫିଲ୍ମରେ ସୁପରଷ୍ଟାର ମାମ୍ମୁଟିଙ୍କ ସହ ନଜର ଆସିବେ । ଏବେ କେରଳରେ ଜୋର-ସୋରରେ ମାମ୍ମୁଟିଙ୍କ ସହ ମଧୁରା ରାଜା ନିଜ ଫିଲ୍ମର ଗୀତ ସୁଟିଂରେ ବ୍ୟସ୍ତ ଅଛନ୍ତି ।

ସନି ଲିଓନି ମଲୟାଲମ ଫିଲ୍ମ ସୁପରଷ୍ଟାର ମାମ୍ମୁଟିଙ୍କ ସହ ଫିଲ୍ମ କରିବା ବଡ ବ୍ରେକ ଅଟେ । ଏହି ଫିଲ୍ମ ‘ମଧୁରା ରାଜା’୨୦୧୦ର ସୁପରହିଟ ଫିଲ୍ମ ‘ପୋକ୍କିରୀ ରାଜା’ର ସିକ୍ୱେଲ ଅଟେ । ଏହାପରେ ସନି ପ୍ରଥମ ଥର ମାଲୟଲାମ ଫିଲ୍ମ ‘ରଂଗୀଲା’ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ବିଗବସରେ ଆସି ନିଜ କ୍ୟାରିଅରରେ ଆଗକୁ ବଢିଥିବା ସନି ମାଲୟାଲାମ ପୂର୍ବରୁ ତାମିଲ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଖୁବ ଶୀଘ୍ର ତାଙ୍କ ତାମିଲ ଫିଲତମ ‘ବିରମାଦେବୀ’ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More