Only for Entertainment

୨୦୧୯ ମୋ ପାଇଁ ଖୁବ ଭଲ ରହିବ : ମୌନୀ ରୟ

Hindustan Times
24

ଫିଲ୍ମ ‘ଗୋଲ୍ଡ’ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିବା ମୌନୀ ରୟଙ୍କ ଖୁସି ଏବେ କହିଲେ ନସରେ । କାରଣ ତାଙ୍କର ତିନୋଟି ଫିଲ୍ମ ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଗୁଡିକରେ ମୌନୀ ଭିନ୍ନଭିନ୍ନ ଭୂମିକାରେ ନଜରକୁ ଆସିବେ । ତେଣୁ ଏହାକୁ ନେଇ ମୌନୀ ଏବେ ଖୁବ ଉତ୍ସାହିତ । ସେ ନିଜ ଖୁସି ଜାହିର କରି କହିଛନ୍ତି ଯେ, ମୁଁ ସ୍ୱପ୍ନରେ ମଧ୍ୟ ଭାବି ନଥିଲି ଯେ, ଏତେଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରୀରେ ମୋତେ ଏଭଳି ରୋଲ ମିଳିବ ।

mouni

ମୌନୀ ନିଜର ଆଗାମୀ ଫିଲ୍ମ ‘ରୋମିଓ ଅକବର ୱାଲଟର’କୁ ନେଇ ବେଶ ଉତ୍ସାହିତ । ଏପ୍ରିଲ ୧୨ ତାରିଖରେ ଏହା ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଜନ ଆବ୍ରାହମ ଅପୋଜିଟରେ ନଜର ଆସିବେ ମୌନୀ । ଏହାପରେ ମୌନୀଙ୍କ ‘ମେଡ ଇନ ଚାଇନା’ ଫିଲ୍ମ ଅଗଷ୍ଟ ୩୦ରେ ରିଲିଜ ହେବ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜ କୁମାର ରାଓ । ପରଦାରେ ମୌନୀ ଏବଂ ରାଜକୁମାର ରାଓଙ୍କ କେମେଷ୍ଟ୍ରୀ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି ।

ସେହିପରି ଚଳିତବର୍ଷ ଶେଷ ବେଳକୁ ମୌନୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ରିଲିଜ ହେବ । ଫିଲ୍ମରେ ମୁଖ୍ୟ ଭୂମିକାରେ ରଣବୀର କପୁର, ଅମିତାଭ ବଚ୍ଚନ ଏବଂ ଆଲିଆ ଭଟ୍ଟ ନଜର ଆସିବେ । ତେବେ ଗୋଟିଏ ବର୍ଷରେ ତିନି ତିନୋଟି ଫିଲ୍ମ ରିଲିଜ ହେବାକୁ ଥିବାରୁ ୨୦୧୯ ମୌନୀଙ୍କ ପାଇଁ ଖୁବ ଭଲ ରହିବ ବୋଲି ସେ କହିଛନ୍ତି । ମୌନୀ ଏହା ମଧ୍ୟ କହିଛନ୍ତି ଯେ, ଏହି ତିନୋଟିଯାକ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି । ତେବେ ଦେଖାଯାଉ ଫିଲ୍ମକୁ ଦର୍ଶକ କେକେ ମାତ୍ରାରେ ଭଲ ପାଇବା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More