‘ହ୍ୟାପି ନ୍ୟୁ ଇୟର’ପରେ ଦୀପିକା ପାଦୁକୋନଙ୍କ ସହ ମିଶି ବକ୍ସ ଅଫିସରେ ଧମାଲ କରିବେ ଫରାହ ଖାନ, ପଢନ୍ତୁ ଏହି ଏକ୍ସକ୍ଲୁସିଭ ରିପୋର୍ଟ
ବୁଧବାର ଖବର ଆସିଥିଲା ଯେ ଫରାହ ଖାନ ଏବଂ ରୋହିତ ସେଟ୍ଟୀ ମିଶି ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ନିର୍ମାଣ ରିଲିୟାନ୍ସ ଏଣ୍ଟରଟେନମେଣ୍ଟ ଏବଂ ରେହିତ ସେଟ୍ଟୀ ପିକଚର୍ସ ମିଳିତ ଭାବେ କରିବେ । ଏହି ଫିଲ୍ମରେ ଫରାହ ଖାନ ନିର୍ଦ୍ଦେଶନା ଭାର ତୁଲାଇବେ । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ରୋହିତ ସେଟ୍ଟୀ ଏବଂ ଫରାହଙ୍କ ଏହି ବଗ ବଜେଟ ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନ ନଜର ଆସିପାରନ୍ତି । ଏହି ଫିଲ୍ମରେ ଦୀପିକାବଙ୍କୁ ନେବା ପାଇଁ ଫରାହ ଏବଂ ରୋହିତ ମନ ବଳାଇନେଇଛନ୍ତି । ଖୁବ ଶୀଘ୍ର ଏହି ଫିଲ୍ମର ଘୋଷଣା କରାଯିବ ବୋଲି ଶୁଣିବାକୁ ମଧ୍ୟ ମିଳୁଛି ।
କହିରଖୁଛୁ ଯେ, ଦୀପିକା, ଫରାହ ଖାନଙ୍କ ସହିତ ଶେଷଥର ପାଇଁ ଫିଲ୍ମ ହ୍ୟାପି ନ୍ୟୁ ଇୟରରେ କାମ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା । ଏହାକୁ ନଜରରେ ରଖି ଫରାହ ଦୀପିକାଙ୍କ ସହିତ କାମ କରିବା ପାଇଁ ଅନେକ ସମୟକୁ ଚାହିଁବସିଥିଲେ ମାତ୍ର ଭଲ ସ୍କ୍ରିପ୍ଟ ମିଳିନଥିବାର ଏହା ହୋଇପାରିନଥିଲା । ତେବେ ଦେଖିବାକୁ ବାକିରହିଲା ଯେ ଏହି ଫିଲ୍ମରେ ଦୁହେଁ ପୂର୍ବ ଫିଲ୍ମ ଗୁଡିକ ପରି ଧମାଲ ମଚାଇ ପାରୁଛନ୍ତି କି ନାହିଁ ।
ଦୀପିକା ଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଏସିଡ ସରଭାଇବର ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିବେ ।