ପ୍ରସିଦ୍ଧ ବ୍ରିଟିଶ ଅଭିନେତା ଅଲବର୍ଟ ଫିନୀଙ୍କ ୮୨ ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ଅନେକ ସମୟରୁ କିଡନୀ କ୍ୟାନସରରେ ପିଡିତ ଥିଲେ । ଗତ ଆଠ ବର୍ଷ ହେବ ସେ ଏହି ରୋଗ ସହିତ ଲଢୁଥିଲେ । ଫିନୀଙ୍କ ସ୍ପୋକ୍ସ ପର୍ସନ ତାଙ୍କ ନିଧନ ବିଷୟରେ ସୂଚନା ଦେଇଥିଲେ । ଫିନୀ ଏପର୍ଯ୍ୟନ୍ତ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ।
ଏହି ଓସ୍କାର ନମିନେଟେଡ ଅଭିନେତାଙ୍କ ଜନ୍ମ ୧୯୩୬ରେ ସୈଲ୍ଫୋର୍ଡରେ ହୋଇଥିଲା । ତାଙ୍କ ପିତା ଜଣେ ବୁକ ମେକର ଥିଲେ । ଆକ୍ଟର ହେବା ପାଇଁ ଫନୀଙ୍କ ସ୍କୁଲର ହେଡମାଷ୍ଟର ତାଙ୍କୁ ପ୍ରେରିତ କରିଥିଲେ । ଫନୀଙ୍କୁ ୧୯୬୦ରେ ରିଲିଜ ହୋଇଥିବା ଫିଲ୍ମ ‘ସଟରଡେ ନାଇଟ ଆଣ୍ଡ ସଣ୍ଡେ ମନିଂ’ରୁ ପରିଚୟ ମିଳିଥିଲା । ଏହି ଫିଲ୍ମରେ ସେ ଲିଡ କ୍ୟାରେକ୍ଟରରେ ନ ଜର ଆସିଥିଲେ । ଏହା ପରେ ସେ ସିନେମାର ଅରିଜିନାଲ ୟଙ୍ଗ ମ୍ୟାନ ଭାବେ କ୍ଷାତି ମିଳିଥିଲା ।
RIP Salfords Albert Finney
“I’m me & nobody else, whatever people say I am that’s what I’m not” #AlbertFinney pic.twitter.com/3yITEN0Le4— JB Barrington (@JB_Barrington) February 8, 2019
We’re saddened to learn that the great Albert Finney has died aged 82 https://t.co/cARdtYfWyo pic.twitter.com/JGqfuNpaY1
— BFI (@BFI) February 8, 2019
Albert Finney was one of those actors who could make any film watchable just because he was in it: “Never let the b’studs grind yer down.” RIP pic.twitter.com/e6NaYAXPIT
— An Irish Scene (@Spackymartin) February 8, 2019
ଫିନୀଙ୍କ ଥିଏଟର ସହିତ ମଧ୍ୟ ଗଭୀର ସମ୍ପର୍କ ଥିଲା । ସେ ସେକ୍ସପିୟରଙ୍କ ଅନେକ ନାଟକ କରିଛନ୍ତି । ଫିନୀ ୪ ଥିର ଓସ୍କାର ଆୱାର୍ଡ ପାଇଁ ନମିନେଟେଡ ହୋଇଛନ୍ତି । ଦ ଟମ ଜୋନ୍ସ, ମଦର ଅନ ଦ ଅରିଏଣ୍ଟ ଏକ୍ସପ୍ରେସ, ଦ ଡ୍ରେସର ଏବଂ ଅଣ୍ଡର ଦ ବାଲକୋନୀ ସାମିଲ ରହିଛି । ଫିନୀ ଆମେରିକା ସିନେମା ସହିତ ମଧ୍ୟ ଜଡିତ । ତାଙ୍କର ନିଧନ ପାଇଁ ଲଣ୍ଡନ ଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି ।