ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ବିବାହ ଗତ ବର୍ଷ ଖୁବ ଚର୍ଚ୍ଚାରେ ରହିଥିଲା । ପ୍ରିୟଙ୍କା-ନିକଙ୍କୁ କେବେଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖୁବ ଭଲପାଇବା ମିଳିବାରେ ଲାଗିଛି । ସେଥିପାଇଁ ତ ଦୁହିଁଙ୍କ ବିବାହରେ ଅନେକ ବିଦେଶୀ ବନ୍ଧୁ ଯୋଗଦେଇଥିଲେ । ସୁପରୱମ୍ୟାନ ନାମରେ ପରିଚିତ ଲିଲୀ ସିଂ ମଧ୍ୟ ପ୍ରିୟଙ୍କା-ନିକଙ୍କ ବିବାହରେ ଯୋଗ ଦେଇଥିଲେ । ଲିଲ. ପ୍ରିୟଙ୍କାଙ୍କ ବିବାହ ପ୍ରାୟ ଦୁଇ ମାସ ପରେ ତାଙ୍କ ହଳଦୀ ସେରେମୋନୀର ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖି ଆପମ ଅନ୍ଦାଜ ଲ ଗାଇ ପରିବେ ଯେ ପ୍ରିୟଙ୍କାଙ୍କ ବିବାହରେ ସମସ୍ତେ କେତେ ଏଞ୍ଜୟ କରିଛନ୍ତି ।
ପ୍ରିୟଙ୍କାଙ୍କ ଭଲ ବାନ୍ଧବୀ ତଥା ଫେମସ ୟୁଟ୍ୟୁବର ଲିଲୀ ସିଂ ନିଜ ଇଂଷ୍ଟାଗ୍ରାମରେ ନିକ-ପ୍ରିୟଙ୍କାଙ୍କ ହଳଦୀ ସେରେମୋନୀର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିକଙ୍କୁ ରଗଡି ରଗଡି ହଳଦୀ ଲଗାଉଥିବାର ଦେଖିବାକୁ ମିଳିଛି ।
ଫଟୋ ସେୟାର କରି କ୍ୟାପସନରେ ଲିଲୀ ଲେଖିଛନ୍ତି, ଏହିପରି ଭାବେ ଜୋନସ ବ୍ରଦରଙ୍କୁ ସିମ୍ପସନରେ ପରବର୍ତ୍ତନ କରାଯାଏ । ମୁଁ ଏହାକୁ ଠିକ ଭାବରେ କରିବି । ମୋତେ ପ୍ରିୟଙ୍କା କହିଛନ୍ତି ଯେ ହଳଦୀ ସେରେମୋନୀରେ କିଛି ଦୟା କରିବାର ନାହିଁ । ତାଙ୍କ କଥା ମୁଁ କାଟି ପାରିବି ନାହିଁ ।
ପ୍ରିୟଙ୍କାଙ୍କ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ହଲିଉଡ ଫିଲ୍ମ ‘ଇଜ ନଟ ଇଟ ରୋମାଣ୍ଟିକ’ରେ ନଜର ଆସିବେ । ସେହିପରି ବଲଉଡ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ରେ ମଧ୍ୟ ସେ ନଜର ଆସିବେ ।