ପୁଣି ଥରେ ଫେରିଲେ ବାଗୀ ହିରୋଇନ, କଣ ଟାଇଗରଙ୍କୁ ମିଳିବ ଆଉ ଏକ ହିଟ ?
ସାଜିଦ ନଡିୟାଡୱାଲାଙ୍କ ଫିଲ୍ମ ‘ବାଗୀ୩’ ପାଇଁ ଅପେକ୍ଷା କରିତିବା ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର । ଏହି ଫିଲ୍ମ ପାଇଁ ଲିଡ ହିରୋଇନ ଖୋଜା ଚାଲିଥିଲା , ତେବେ ଅପେକ୍ଷାର ଅନ୍ତ ଘଟିଛି । ନିଜେ ସାଜିଦ ନଡିୟାଡୱାଲା ଏବଂ ଅହମଦ ଖାନ ମୁଖ୍ୟ ଅଭିନେତ୍ରୀ ଖୋଜି ସାରିଛନ୍ତି ।
ଅନେକ ସମୟ ପରେ ‘ବାଗୀ୩’ ପାଇଁ ହିରୋଇନ ଖୋଜା କାମ ସମାପ୍ତ ହୋଇଛି । ଫିଲ୍ମମେକର୍ସ ନିଜ ଏହି ୩ୟ ଫିଲ୍ମ ପାଇଁ ଶ୍ରଦ୍ଧା କପୂରଙ୍କୁ ବାଛିଚନ୍ତି । ଶ୍ରଦ୍ଧା କପୂରଙ୍କୁ ଏହା ପୂର୍ବରୁ ‘ବାଗୀ’ରେ ଦେଖିବାକୁ ମିଳିଥିଲା । ସେ ସମୟରେ ଶ୍ରଦ୍ଧା ଏବଂ ଟାଇଗରଙ୍କ ଯୋଡିକୁ ପସନ୍ଦ କରିଥିଲେ ।
IT’S OFFICIAL… Sajid Nadiadwala signs Shraddha Kapoor for #Baaghi3… Stars Tiger Shroff… Directed by Ahmed Khan. pic.twitter.com/QL8oPmul2W
— taran adarsh (@taran_adarsh) February 12, 2019
ମିଡିଆ ରିପୋର୍ଟ ମୁତାବକ ସାଜିଦ ନିଜ ପ୍ରତି ଫିଲ୍ମରେ ଭିନ୍ନ ସ୍ତରର ଆକ୍ସନ ପ୍ରସ୍ତୁତ କରିଥାନ୍ତି । ତେବେ ଫିଲ୍ମ ନିର୍ମାତା ଶ୍ରଦ୍ଧାଙ୍କୁ ନେଇ ଖୁବ ଖୁସି ଥିବା ଜାହିର କରିଛନ୍ତି ।