ଅନେକ ଦିନ ପରେ ଆତିଫଙ୍କ ସ୍ୱରର ଯାଦୁ ଶୁଣିବାକୁ ମିଳିଛି । ତାଙ୍କ ଆକର୍ଷଣୀୟ ଭଏସ୍ ଶୁଣିବାକୁ ମିଳିଛି ଏକ ରୋମାଂଟିକ୍ ଗୀତରେ । ଯାହାର ଟାଇଟେଲ ରହିଛି ‘ବାରିସେଁ’ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓରେ ନାୟକ ଭାବେ ନଜର ଆସିଛନ୍ତି ନିଜେ ଆତିଫ୍ । ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ନୁସରତ୍ ଭରୁଚାଙ୍କୁ ଦେଖିବାକୁ ମିଳିଛି ।
ଏହି ମ୍ୟୁଜିକ ଭିଡିଓରେ ଆତିଫ-ନୁସରତଙ୍କ ଭିତରେ ହାଲ୍କା – ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି । ଆକର୍ଷଣୀୟ ଲୋକେସନ୍ ସାଙ୍ଗକୁ କଳାକାରଙ୍କ ଅଭିନୟ ଏହି ଗୀତକୁ ଆହୁରି ଖାସ୍ କରିଛି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅର୍କୋ ପ୍ରଭୋ ମୁଖାର୍ଜୀ । ଚଳଚ୍ଚିତ୍ର ସୋନୁ କେ ଟିଟୁ କି ସ୍ୱିଟି ଚଳଚ୍ଚିତ୍ର ସଫଳ ହେବା ପରେ ଅଭିନେତ୍ରୀ ନୁସରତଙ୍କୁ ଆଉ କୌଣସି ସିନେମାରେ ଦେଖିବାକୁ ମିଳିନାହିଁ ।
ତେବେ ପାଖାପାଖି ୧ ବର୍ଷ ପରେ ତାଙ୍କର ଏହି ମ୍ୟୁଜିକ୍ ଭିଡିଓ ଏବେ ମୁକ୍ତିଲାଭ କରିଛି । ଯାହା ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିଥିବ ନିଶ୍ଚୟ । ଏହି ରୋମାଂଟିକ୍ ଗୀତର ଲିରିକ୍ସର ଭାର ତୁଲାଇଛନ୍ତି ଅର୍କୋ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।