ଡେଟ୍ ରେ ଯାଉଥିଲେ କେଶ ସଜ୍ୟାରୁ ଜାଣନ୍ତୁ ସାଥୀଙ୍କ ସ୍ୱଭାବ !
ଆପଣ ଯେତେବେଳେ ପୁରୁଷ ବା ମହିଳା ସାଥୀଙ୍କୁ ଡେଟରେ ନେଇ ଯାଉଛନ୍ତି, ତାଙ୍କର ସ୍ୱଭାବ ବାରିବା ପାଇଁ ଖୁବ୍ ଚେଷ୍ଟା କରିଥାଆନ୍ତି। କିନ୍ତୁ ପ୍ରଥମ ଦେଖାରେ କୌଣସି ମହିଳା ଅବା ପୁରୁଷଙ୍କ ସ୍ୱଭାବକୁ ପରଖି ହୋଇ ନ ଥାଏ। ଏପରି କ୍ଷେତ୍ରରେ କିପରି ସ୍ୱଭାବ ବାରିବେ ବୋଲି ଯଦି ଭାବୁଛନ୍ତି ତେବେ ସାଥୀଙ୍କ କେଶସଜ୍ଜାକୁ ଦେଖି ଅତି ସହଜରେ ସ୍ୱଭାବ ବାରି ପାରିବେ ବୋଲି କେତେକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
୧. ସିଧା ଓ କୋମଳ କେଶ ଥିବା ଯୁବକ/ଯୁବତୀ ଆତ୍ମନିର୍ଭଶୀଳ ହୋଇଥାଆନ୍ତି। ଏମାନଙ୍କୁ ଟ୍ରେଣ୍ଡ ହିସାବରେ ନୁହେଁ କ୍ଲାସି ରହିବାକୁ ପସନ୍ଦ ହୋଇଥାଏ।
୨. କୁଞ୍ଚୁକୁଞ୍ଚିଆ କେଶ ଥିବା ମହିଳା ବା ପୁରୁଷ ସ୍ୱଭାବରେ ଖୁବ୍ ରୋମାଣ୍ଟିକ୍ ହୋଇଥାଆନ୍ତି। ଏମାନେ ଅନ୍ୟକୁ ଆକର୍ଷିତ କରିବାକୁ ଚେଷ୍ଟା କରିଥାଆନ୍ତି। ଏତଦ୍ ବ୍ୟତୀତ ପ୍ରତ୍ୟେକ କାମକୁ ଅତି ସହଜରେ କରି ନେଇଥାଆନ୍ତି।
୩. ସୋପାନ ସୋପାନ ହୋଇଥିବା କେଶର ପୁରୁଷ ବା ମହିଳା ସ୍ୱଭାବରେ ଖୁବ୍ ସଚ୍ଚୋଟ ହୋଇଥାଆନ୍ତି। ଏଭଳି କେଶ ଥିବା ମହିଳା ବା ପୁରୁଷ ଖୁବ୍ ମେଳାପୀ ହୋଇଥାଆନ୍ତି। ଅନ୍ୟକୁ ଅତି ସହଜରେ ବିଶ୍ୱାସ କରି ନେଇଥାଆନ୍ତି।
୪. ବବ୍ ହେୟାର ଥିବା ପୁରୁଷ ବା ମହିଳା ସର୍ବଦା କୌଣସି ନା କୌଣସି ଚିନ୍ତାରେ ବୁଡ଼ି ରହିଥାଆନ୍ତି। ନିଜର ସ୍ୱପ୍ନକୁ ପୂରା କରିବା ପାଇଁ ଏମାନେ ନିଜ ଜୀବନକୁ ବାଜି ଲଗାଇ ଦେଇ ଥାଆନ୍ତି। ବବ ହେୟାର ଥିବା ପୁରୁଷ/ମହିଳାମାନେ ଫେସନ୍କୁ ତାଙ୍କ ଜୀବନରେ ଖୁବ୍ ଗୁରୁତ୍ୱ ଦେଇ ଥାଆନ୍ତି।
୫. ପିକ୍ସି କଟ ହେୟାର ଷ୍ଟାଇଲ୍ର ଯୁବକ/ଯୁବତୀ ମଜାଳିଆ ଓ ଚାର୍ମିଂ ସ୍ୱଭାବରେ ହୋଇଥାଆନ୍ତି। ଏମାନଙ୍କ ଦୂରଦୃଷ୍ଟି ଖୁବ୍ ପ୍ରଖର ହୋଇଥାଏ।