ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାରେ ଦେଶ ବିରୋଧୀ ପୋଷ୍ଟ୍ ସେୟାର୍ କରି ଗିରଫ ହେଲେ ୪ ଜମ୍ମୁ ଓ କଶ୍ମୀର ଛାତ୍ରୀ
ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାକୁ ପ୍ରଶଂସା ପୂର୍ବକ ପାଳନ କରି ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ସେୟାର୍ କରିଥିବା ଜମ୍ମୁ ଓ କଶ୍ମୀରର ୪ ଜଣ ଛାତ୍ରୀଙ୍କୁ ଶନିବାର ଦିନ ପୁଲିସ ହାଜତକୁ ନେଇଛି। ଜୟପୁରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜମ୍ମୁ ଓ କଶ୍ମୀରର ୪ ଝିଅ ହ୍ଵାଟ୍ସଆପରେ ଦେଶ ବିରୋଧୀ ବାର୍ତ୍ତା ସେୟାର୍ କରିଥିବା କାରଣରୁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି। ପରେ ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲୱାମା ଆକ୍ରମଣରେ ଖୁସି ବ୍ୟକ୍ତ କରି ଆଇସକ୍ରୀମ୍ ଖାଇ ମଜା ନେଉଥିଲେ ଏହି ୪ ଛାତ୍ରୀ ।
ଶନିବାର ଦିନ ଏକ ବିବୃତିରେ ଏନ୍ଆଇଏମ୍ଏସ୍ ବିଶ୍ୱବିଦ୍ୟାଳୟ ଏହି ଘଟନାକୁ ନିନ୍ଦା କରି କହିଛି କି, ଏଭଳି କାର୍ଯ୍ୟକଳାପକୁ ବିଶ୍ୱବିଦ୍ୟାଳୟ ସହ୍ୟ କରିବ ନାହିଁ। ସମ୍ପୃକ୍ତ ଛାତ୍ରୀମାନଙ୍କୁ କଲେଜ ଓ ହଷ୍ଟେଲ୍ରୁ ବହିଷ୍କାର କରାଯାଇଛି। ବହିଷ୍କୃତ ଛାତ୍ରୀମାନେ ହେଲେ ତଲବୀନ ମଞ୍ଜୁର, ଇରା, ଜୋହରା ନାଜିର ଓ ଉଜ୍ମା ନାଜିର। ଆତଙ୍କବାଦୀମାନେ ପ୍ରତିଶୋଧ ନେଇଛନ୍ତି କହି ସେମାନେ ଆନନ୍ଦ ହେଉଥିଲେ। ଘଟନା ପରେ ପେର ବିଶ୍ୱବିଦ୍ୟାଳୟରେ ପ୍ରତିବାଦକାରୀମାନେ ଛାତ୍ରୀମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଚାନ୍ଦଓ୍ଵାଜି ଥାନା ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।