ମୁକ୍ତିଲାଭ କଲା ୟୁଫୋରିଆର୍ ଏକ ମନଛୁଆଁ ରୋମାଂଟିକ୍ ଗୀତ । ଯାହାର ଟାଇଟେଲ୍ ରହିଛି ମୁଝସେ କାହା ନା ଗୟା । ଏହି ଗୀତରେ ଶୁଣିବାକୁ ମିଳିଛି ପଲାସ୍ ସେନଙ୍କ ଗାୟିକି । ବହୁଦିନ ପରେ କଣ୍ଠଶିଳ୍ପୀ ପଲାସ୍ ସେନଙ୍କ ଗୀତ ଶୁଣିବାକୁ ମିଳିଛି । ଏହି ଗୀତରେ ସଙ୍ଗୀତ ସହ ଲିରିକ୍ସର ଭାର ତୁଲାଇଛନ୍ତି ପଲାସ୍ ଏବଂ ଦିକଶାନ୍ତ ସାହରାୱତ ।
ଗୀତିଟକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତରେ ପଲାସ୍ ସେନ୍ ଓ ୟାମିନି ରମେଶଙ୍କୁ ଦେଖିବାକୁ ମିଳିଛି । କଣ୍ଠଶିଳ୍ପୀ ପଲାସ ସେନଙ୍କ ବିଷୟରେ କହିବାକୁ ଗଲେ ସେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଅଟନ୍ତି , ଯିଏ କି ମୁଖ୍ୟତଃ ହିନ୍ଦୀ ଏବଂ ବଙ୍ଗାଳୀ ସିନେମାରେ ସକ୍ରିୟ ଅଟନ୍ତି ।