ଫେବୃୟାରୀ ନୁହେଁ ବରଂ ଅପ୍ରେଲରେ ଲଂଚ ହେବ ଜେମ୍ସ ବଣ୍ଡଙ୍କ ଆଗାମୀ ସିରିଜ ‘ବଣ୍ଡ ୨୫’ !
ଜେମ୍ସ ବଣ୍ଡ ସିରିଜରେ ଆଗାମୀ ଫିଲ୍ମ ବଣ୍ଡ ୨୫ ଏବେ ନିର୍ଦ୍ଧାରିତ ସମୟରୁ ଦୁଇ ମାସ ପରେ ବଡ ପରଦାରେ ରିଲିଜ ହେବ । ଏକ ଖବର ମୂତାବକ ଏହି ଫିଲ୍ମ ଯାହା ୧୪ଫେବୃୟାରୀ ୨୦୨୦ରେ ରିଲିଜ ହେବାକୁ ଥିଲା ଏବେ ତାହା ୮ଅପ୍ରେଲ ୨୦୨୦ରେ ବଡ ପରଦାରେ ରିଲିଜ ହେବ ।
The release date for Bond 25 has changed. Producers Michael G. Wilson and Barbara Broccoli: “We are absolutely thrilled to be releasing Bond 25 on 8 April 2020.” pic.twitter.com/YQMRoVoTei
— James Bond (@007) February 15, 2019
କେରୀ ଜୋଜି ଫୁକୁନାକ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ । ଫିଲ୍ମ ନିର୍ମାଣ ଚଳିତ ବର୍ଷ ମାର୍ଚ୍ଚରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଥାଆନ୍ତେ ଡେନୀ ବାୟଲ ଏବଂ ଏହା ୮ନଭେମ୍ବର ୨୦୧୯ରେ ରିଲିଜ ହୋଇଥାଆନ୍ତା ।