ଭାଇ ଇବ୍ରାହିମଙ୍କ ସହିତ ସାଇକେଲ ରାଇଡରେ ସାରା ଅଲ୍ଲୀ ଖାନ, ପାପାରାଜ୍ଜୀଙ୍କୁ ଦେଖି ଦେଲେ ଏପରି ରିଆକ୍ସନ ! ଦେଖନ୍ତୁ ମଜାଦାର ଭିଡିଓ
ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଏବେ ନିଜର ଅଭିନୟ, ବିନମ୍ର ସ୍ୱଭାବ ଏବଂ ହସମୁଖ ଚେହେରା ପାଇଁ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି । ନୂଆ ନୂଆ ବଲିଉଡ ଡେବ୍ୟୁ କରି ମଧ୍ୟ ସେ ଆଜି ଷ୍ଟାର ପଲିଟିଯାଇଛନ୍ତି । ସାରାଙ୍କ ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିବା ମାତ୍ରେ ତାହା ଭାଇରାଲ ହୋଇଯାଇଥାଏ । ଏପରିକି ପାପାରାଜ୍ଜୀ ତାରଙ୍କ ଫଟୋକୁ କ୍ୟାପଚର କରିବା ପାଇଁ ଚାହିଁ ରହିଥାନ୍ତି । ନିକଟରେ ସାରାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସାରା ଭାଇ ଇବ୍ରାହମଙ୍କ ସହିତ ସାଇକେଲ ରାଇଡର ମଜା ନେଉଥିବାର ଦେଖିବାକୁ ମିଳିଛି ।
ନିକଟରେ ସାରା ଭାଇ ଇବ୍ରାହମଙ୍କ ସହିତ ସାଇକେଲ ରାଇଡର ମଜା ନେଉଥିବା ବେଳେ ତାଙ୍କୁ ଦେଖି ପାପାରାଜ୍ଜୀଙ୍କ ଭିଡ ଲାଗିଯାଇଥିଲା ଏବଂ ସେ ସାରାଙ୍କ ଫଟୋ କ୍ୟାପଚର କରିବାକୁ ଲଗିଥିଲେ । ପାପାରାଜ୍ଜୀଙ୍କୁ ଦେଖି ସାରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ହସି ହସି କହିଥିଲେ ଆପଣ ମଧ୍ୟ ଏଠି ।
ଦେଖନ୍ତୁ ଭିଡିଓ-
କହରଖୁଛୁ ଯେ, ସାରା ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ଅପୋଜିଟରେ ନଜ ଆସିଥିଲେ । ଏହାପରେ ତାଙ୍କୁ ଫିଲ୍ମ ‘ସିମ୍ବା’ରେ ଦେଖିବାକୁ ମିଳିଥିଲା । ଫିଲ୍ମ ବକ୍ସ ଅଫିସରେ ଖୁବ ହିଟ ମଧ୍ୟ ହୋଇଥିଲା । ଦୁଇଟି ଫିଲ୍ମ କରି ସାରା ଏବେ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି ।