ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସାଲ୍ୟୁଟ ଜଣାଇବାର ନିଆରା ପ୍ରୟାସ ।
ଅନ୍ତର୍ଜାତୀୟ ସ୍ତରରେ କଳା କ୍ଷେତ୍ରରେ ବାଲୁକାରେ ସୁନ୍ଦର ଏବ ମନଲୋଭା କାରୁକାର୍ଯ୍ୟ କରି ଭାରତକୁ ସମ୍ମାନ ଏବଂ ପ୍ରଶଂସା ଆଣିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରତ୍ୟେକଟି ଉତ୍ସବରେ ବାଲୁକାରେ ଭିନ୍ନ ଭିନ୍ନ ଚିତ୍ର ପ୍ରଦର୍ଶନ କରି ଉପହାର ଭେଟି ଦେଇଥାନ୍ତି । ସାରା ଦେଶରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱଗାତ କରିବା ପାଇଁ ଉତ୍ସାହ ବଢି ଚାଲିଥିବା ବେଳେ ସୁଦର୍ଶନ ତାଙ୍କ କଳା କାରୁକାର୍ଯ୍ୟ ମାଧ୍ୟମରେ ନିଆରା ଉପସ୍ଥାପନା କରି ଅଭିନନ୍ଦନଙ୍କୁ ସାଲ୍ୟୁଟ ଜଣାଇଛନ୍ତି ।
Salute our brave Hero #Abhinandan My SandArt at Puri Beach #Odisha pic.twitter.com/jmgd8Fq7lf
— Sudarsan Pattnaik (@sudarsansand) February 28, 2019
ଏହି ବାଲୁକା ଚିତ୍ରକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଶହଶହ ଦର୍ଶକଙ୍କ ଭିଡ଼ ଜମିଛି । ଚିତ୍ରରେ ସୁଦର୍ଶନ ଅଭିନନ୍ଦନଙ୍କୁ ସାଲ୍ୟୁଟ କରିଛନ୍ତି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହାକୁ ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି ।