Only for Entertainment

ଭାରତରେ ଫସି ରହିଥିବା ପାକିସ୍ତାନୀ ଯାତ୍ରୀଙ୍କୁ ଖାଦ୍ୟ ବାଣ୍ଟିଲା ପଞ୍ଜାବ ପୁଲିସ୍‌

zeenews
66

ଭାରତ-ପାକ୍‌ ଭିତରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ସତ୍ୱେ ପଞ୍ଜାବ ପୁଲିସ୍‌ର ମହାନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତ ଭିତରେ ଫସି ରହିଥିବା ପାକିସ୍ତାନୀ ଯାତ୍ରୀମାନଙ୍କୁ ପଞ୍ଜାବ ପୁଲିସ୍‌ ଖାଦ୍ୟ ଦେଇଥିବା କଥା ପାକିସ୍ତାନର ଜଣାଣୁଣା ଖବରକାଗଜ ‘ଡନ୍‌’ ତା’ର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ପ୍ରକାଶ କରିଛି।

ସୀମାରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଲାହୋରରୁ ଦିଲ୍ଲୀ ଯାତାୟାତ କରୁଥିବା ‘ସମ୍‌ଝୌତା ଏକ୍ସପ୍ରେସ୍‌’ ଚଳାଚଳକୁ ବନ୍ଦ କରି ଦେଇଥିଲା ପାକିସ୍ତାନ। ଫଳରେ ଦିଲ୍ଲୀରୁ ଲାହୋର ଯାଉଥିବା ଏକ୍ସପ୍ରେସଟି ମଧ୍ୟ ଅଧା ବାଟରେ ଅଟକି ରହିଥିଲା। ‘ସମ୍‌ଝୌତା ଏକ୍ସପ୍ରେସ୍‌’କୁ ପାକିସ୍ତାନ କର୍ତ୍ତୃପକ୍ଷ ବନ୍ଦ କରି ଦେବା ପରେ ପାକିସ୍ତାନ ଯାଉଥିବା ୧୬ ଜଣ ଯାତ୍ରୀ ଆଉ ଦେଶକୁ ଫେରି ନ ପାରି ଅମ୍ରିତସରରେ ଅଟକି ରହିଥିଲେ। ସେହି ସମୟରେ ନିରାଶ୍ରୟ ଯାତ୍ରୀଙ୍କୁ ଖାଦ୍ୟ ଦେଇ ମାନବିକତା ଦେଖାଇଥିଲା ପଞ୍ଜାବ ପୁଲିସ୍‌।

pak

ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ‘ଡନ୍‌’ ତା’ର ଟୁଇଟର୍‌ ଅକାଉଣ୍ଟ୍‌ରେ ପ୍ରକାଶ କରିଛି ଯେ ଅମ୍ରିତସରରେ ଫସି ରହିଥିବା ପାକିସ୍ତାନୀ ଯାତ୍ରୀଙ୍କୁ ଖାଦ୍ୟ ଦେଇଛି ଭାରତୀୟ ପୁଲିସ୍‌। ଉଲ୍ଲେଖଯୋଗ୍ୟ, ଗତ ୨୮ ତାରିଖରେ ସୀମାରେ ଉଭୟ ପକ୍ଷରୁ ଗୁଳି ଚାଳନା ହେବା ସହ ଉତ୍ତେଜନା ଉପୁଜିବାରୁ ପାକିସ୍ତାନ ‘ସମ୍‌ଝୌତା ଏକ୍ସପ୍ରେସ’ ଚଳାଚଳକୁ ଅଚାନକ ବନ୍ଦ କରି ଦେଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More