Only for Entertainment

ସାରାଙ୍କୁ ଏକ ଲୟରେ ଦେଖୁଥିବାର ନଜର ଆସିଲେ କାର୍ତ୍ତିକ, ସୁଟିଂ ସେଟରୁ ଲିକ ହେଲା ଫଟୋ

India
31

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଖୁବ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ । ଖବର ଅନୁସାରେ ଏହି ଫିଲ୍ମ ‘ଲଭ ଆଜକଲ’ର ରିମେକ । ଦୁହେଁ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରି ସାରିଛନ୍ତି । ନିକଟରେ ସୁଟିଂ ସେଟର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ କାର୍ତ୍ତିକ ନିକ କୋ-ଷ୍ଟାର ସାରା ଅଲ୍ଲୀ ଖାନଙ୍କୁ ସ୍ମାଇଲ ସହିତ ଦେଖୁଥିବାର ନଜର ଆସିଛନ୍ତି । ଅନ୍ୟ ପକ୍ଷରେ ସାରା କିଛି ଭାବୁଥିବାର ଦେଖିବାକୁ ମିଳିଛି ।

ଏହି ଫଟୋରେ ସାରା ରେଡ ସର୍ଟ ଡ୍ରେସରେ ନଜର ଆସିଥିବା ବେଳେ କାର୍ତ୍ତିକ ଟି-ସର୍ଟ ସହିତ ବ୍ଲାକ ଜିନ୍ସରେ ନଜର ଆସିଛନ୍ତି । ଏହା ସହିତ କାର୍ତ୍ତିକ ହାତରେ ଏକ ଗ୍ଲାସ ଧରିଥିବାର ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ଫିଲ୍ମର ସେଟରୁ ଏକ ରୋମାଣ୍ଟିକ ଭିଡିଓ ସିନ ଲିକ ହୋଇଥିଲା । ଏହି ଭିଡିଓରେ ସାରା ଏବଂ କାର୍ତ୍ତିକ କିସ କରୁଥିବାର ନଜର ଆସିଛନ୍ତି । କିନ୍ତୁ ଭିଡିଓ କିଛି ସ୍ପଷ୍ଟ ନଥିଲା ।

କହିରଖୁଛୁ ଯେ, ସାରା ଫିଲ୍ମ କେଦାରନାଥରେ ଡେବ୍ୟୁ କରିବା ପରେ ତାଙ୍କ ଅଭିନୟ ଦକ୍ଷତାକୁ ଲୋକେ ଖୁବ ପସନ୍ଦ କରିଥିଲେ । ଇତି ମଧ୍ୟରେ ସାରାଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ ବଢିଯାଇଛି । ଏହା ସହିତ ଲୋକେ ତାଙ୍କ ହସ ମିଜାଜ ସ୍ୱଭାବକୁ ମଧ୍ୟ ଖୁବ ଭଲପାଉଛନ୍ତି । ସେହିପରି ସୋନୁ କି ଟିଟୁ କି ସ୍ୱିଟି ପରେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ଦୁହିଁଙ୍କୁ ପରଦାରେ ଏକା ସହିତ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More