ସ୍ୱାସ୍ଥ୍ୟ ପାଇଁ ପିଅନ୍ତୁ ରସୁଣରେ ତିଆରି ଚା’ ।
ସମସ୍ତେ ରସୁଣର ବ୍ୟବହାର ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରନ୍ତି । କିନ୍ତୁ ଏଥିରେ କେତେକ ଔଷଧୀୟ ଗୁଣ ରହିଛି ଯାହା ଶରୀରର କେତେକ ରୋଗ ଓ ବ୍ୟାଧିରୁ ମୁକ୍ତି ଦେଇଥାଏ । ତେବେ ରସୁଣରେ ତିଆର ଚା ସ୍ୱାଦିଷ୍ଟ ଏବଂ ଶରୀର ପାଇଁ ଲାଭଦାୟକ ।
ପ୍ରଥମେ ଜଳ ଗରମ କରି ସେଥିରେ ଅଦା ଓ ରସୁଣ ପେଷ୍ଟ ପକାନ୍ତୁ । ଏହାକୁ କମ ଆଂଚରେ ୧୫ ମିନିଟ ପାଇଁ ବସାନ୍ତୁ । ହୋଇସାରିବା ପରେ ଏହାକୁ ୧୦ ମିନିଟ ପାଇଁ ରଖିଦିଅନ୍ତୁ । ଏହାକୁ ଛାଣିବା ପରେ ଏଥିରେ ୧ ଚାମଚ ଲେମ୍ବୁ ରସ ଓ ୧ ଚାମଚ ମହୁ ମିଶାନ୍ତୁ ।
ସକାଳେ ଚା ପତିରେ ପ୍ରସ୍ତୁତ ଚା ପରିବର୍ତ୍ତେ ଏହି ଚାକୁ ପିଅନ୍ତୁ । ଏହା ଦ୍ୱାରା ମେଟାବୋଲିଜିମ ଠିକ ରହିଥାଏ ଓ ପାଚନ ତନ୍ତ୍ର ମଜବୁତ ରହିଥାଏ ।
ହୃଦରୋଗୀ ମାନଙ୍କ ପାଇଁ ଏହି ଚା ଖୁବ ଲାଭଦାୟକ । ଏହାକୁ ହୃତପିଣ୍ଡ ଜନିତ ସମସ୍ୟା ଦୂର କରିଥାଏ । ବ୍ଲଡ ସର୍କୁଲେସନ ମଧ୍ୟ ଠିକ ରଖିଥାଏ ।
ସକାଳେ ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଓଜନ କମିଥାଏ । ଶରୀରରେ ଇମ୍ୟୁନିଟି ବଢିଥାଏ ଏବଂ ରୋଗ କବଳରୁ ମୁକ୍ତି ଦେଇଥାଏ ।
ଥଣ୍ଡା ଓ କାଶ ସମୟରେ ଏହାକୁ ପିଇବା ଦ୍ୱାରା ମୁକ୍ତି ମିଳିଥାଏ । ଏହା ସହିତ ସୁଗାର ସ୍ତର କମ ହୋଇଥାଏ ।
ଏହା କୋଲେଷ୍ଟ୍ରଲକୁ କମ କରିଥାଏ । ତେବେ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ।