‘ସିମ୍ବା’ର ସଫଳତା ପରେ ଏହି ଷ୍ଟାରଙ୍କ ସହିତ କାମ କରିବା ପାଇଁ ମନା କଲେ ସାରା ଅଲ୍ଲୀ ଖାନ, ଜାଣନ୍ତୁ ଏହାର କାରଣ
ବଲିଉଡରେ ଡେବ୍ୟୁ କରିବା ପରେ ସାରା ଦୁଇଟି ସଫଳ ଫିଲ୍ମ ଦେଇଛନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହାକୁ ଦେଖି ମେକର୍ସ ସାରାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଚାହିଁବସିଛନ୍ତି । ସାରାଙ୍କୁ ଏବେ ବଡ ବଡ ଫିଲ୍ମର ଅଫର ଆସିବାରେ ଲାଗିଛି । କିନ୍ତୁ ସାରା ଏବେ ଭାବି ଚିନ୍ତି ଫିଲ୍ମ ସାଇନ କରୁଛନ୍ତି । ଯେଉଁଥିରେ ସେ ଦମଦାର ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।
ବୋଧ ହୁଏ ଏହି କାରଣ ପାଇଁ ସାରା ସହିଦ ଉଧମ ସିଂଙ୍କ ବାୟୋପିକରେ କାମ କରିବା ପାଇଁ ମନା କରିଦେଇଛନ୍ତି । କହିରଖୁଛୁ ଯେ, ଏହି ଫିଲ୍ମରେ ଉଧମ ସିଂ ଭୂମିକାରେ ଭିକି କୈଶଲ ନଜର ଆସିବେ । ଏହି ଫିଲ୍ମରେ ସମସ୍ତ ଫେକସ ଭିକିଙ୍କ ଉପରେ ରହିବ ଏବଂ ସାରାଙ୍କ ରୋଲ କେବଳ ସପୋର୍ଟିଂର ରହିବ । ଏହି କାରଣରୁ ସାରା ଫିଲ୍ମରେ ଅଭିନୟ କରିବା ପାଇଁ ମନା କରିଦେଇଛନ୍ତି ।
ସାରାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଇମ୍ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ ଆଜ କଲ ୨’ରେ ନଜର ଆସିବେ । ଏହି ଫିଲ୍ମରେ ସାରାଙ୍କ ଅପୋଜିଟରେ କାର୍ତ୍ତିକ ଆର୍ୟନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ସୁଟିଂ ସମୟର କିଛି ଫଟୋ ନିକଟରେ ସାମ୍ନାକୁ ଆସିଥିଲା । ଏହି ଫେଟା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।