କେସରୀର ନୂଆ ପୋଷ୍ଟର ରିଲିଜ, ପତ୍ନୀ ସହିତ ରୋମାଂଟିକ ନଜର ଆସିଲେ ହାବିଲ ଦାର ଈଶ୍ୱର ସିଂ ।
ବଲିଉଡ ଆକ୍ଟର ଅକ୍ଷୟ କୁମାର ଏବେ ତାଙ୍କ ଅପକମିଂ ଫିଲ୍ମ କେସରୀକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ ହେବାକୁ ଖୁବ କମ ଦିନ ବାକି ରହିଛି । ଏହି ମଧ୍ୟରେ ପରିଣୀତି ଚୋପ୍ରା ଫିଲ୍ମର ନୂଆ ପୋଷ୍ଟରକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।
? #Kesari pic.twitter.com/lo2wFhINxh
— Parineeti Chopra (@ParineetiChopra) March 13, 2019
ପୋଷ୍ଟରରେ ପରିଣୀତି ଅକ୍ଷୟଙ୍କ ସହିତ ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଫଟୋ ଶେୟାର କରି ପରିଣୀତି କ୍ୟାପ୍ସନରେ ଲେଖିଛନ୍ତି କେସରୀ । କହିରଖୁଛୁ ଏହି ଫିଲ୍ମ ମାଧ୍ୟମରେ ଅକ୍ଷୟ ଏବଂ ପରିଣୀତି ପ୍ରଥମ ଥର ଏକା ସାଙ୍ଗରେ ନଜର ଆସିବେ । ଏହା ପୂର୍ବରୁ ଏକ ରୋମାଂଟିକ ଗୀତର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଫିଲ୍ମ ୨୧ ମାର୍ଚ୍ଚକୁ ରିଲିଜ ହେବ ।