ବଡ ଓ ଛୋଟ ପରଦାରେ ଅଭିନୟର ଯାଦୁ ବିଛାଇବା ପରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବେ ଶାହରୁଖ ଖାନ
ବଲିଉଡ କିଙ୍ଗ ଶାହରୁଖ ଖାନଙ୍କବ କିଛି ଫିଲ୍ମ ବକ୍ସ ଅଫିସରେ ଦର୍ଶକଙ୍କୁ ନିରାଶ କରିଛି । ଏହା ପରେ ମଧ୍ୟ ସେ ବଲିଉଡର ବାଦଶାହ ହୋଇ ରହିଛନ୍ତି । ତାଙ୍କ ଷ୍ଟାଇଲ ଏବଂ ଆକ୍ଟିଂ ପାଇଁ ପୁରା ଦୁନିଆ ତାଙ୍କର ଦିୱାନା । ଛୋଟ ଏବଂ ବଡ ପରଦାରେ ଅଭିନୟ କରିବା ପରେ ଶାହରୁଖ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ପ୍ରଡ୍ୟୁସର ଭାବେ ପ୍ରଥମରୁ ଶାହରୁଖଙ୍କ ଡିଜିଟାଲ ଡେବ୍ୟୁ ବିଷୟରେ ଖୁଲାସା ହୋଇସାରିଛି । ଖବର ଅନୁସାରେ ଶାହରୁଖଙ୍କ ହୋମ ପ୍ରଡକ୍ସନ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ବ୍ୟାନରରେ ବାର୍ଡ ଅଫ ବ୍ଲଡ ନାମକ ୱେବ ସିରିଜ ନିର୍ମାଣ ହେଉଛି । ଏହି ୱେବ ସିରିଜରେ ଇମରାନ ହାସମୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ୱେବ ସିରିଜ ଏକ ପଲିଟିକାଲ ଥ୍ରିଲର ଫିଲ୍ମ ଯାହା ବିଲାଲା ସିଦ୍ଦିକିଙ୍କ ପୁସ୍ତକ ଉପରେ ଆଧାରିତ ।
ଏହା ସହିତ ସାହରୁଖଙ୍କ ବ୍ୟାନରରେ ଆଉ ଏକ ୱେବ ସିରିଜ ନିର୍ମାଣ ହେବାକୁ ଯାଉଛି । ଏହି ସିରିଜରେ ଶାହରୁଖ ଖାନ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଖବର ଅନୁସାରେ ଶାହରୁଖ ଖାନଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିଛି । ସେ ଏହି ୱେବ ସିରିଜରେ କାମ କରିବେ ବୋଲି ମନ ବନାଇ ସାରିଛନ୍ତି ।