କାର୍ତ୍ତିକଙ୍କ ବାହୁରେ ଶୋଇଥିବାର ନଜର ଆସିଲେ ସାରା, ଫଟୋ ସେୟାର କରି କଲେ ନୂଆ ଫିଲ୍ମର ଘୋଷଣା
ଏବେ କାର୍ତ୍ତିକ ଆର୍ୟନ ଏବଂ ସାରା ଅଲ୍ଲୀ ଖାନଙ୍କୁ ନେଇ ସବୁଆଡେ ଚର୍ଚ୍ଚା । ଦୁହେଁ ଖୁବ ଶୀଘ୍ର ଏକ ନୂଆ ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିବେ । କାର୍ତ୍ତିକ ଏବଂ ସାରା ଏବେ ଏହି ଫିଲ୍ମର ସୁଟିଂ ଜୋର ସୋରରେ ଦିଲ୍ଲୀରେ କରୁଛନ୍ତି । ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ଲଭ ଆଜ କାଲର ସିକ୍ୱଲ । କିନ୍ତୁ ନିର୍ମାତା ଏହାକୁ ନେଇ ମୁହଁ ଖୋଲି ନାହାଁନ୍ତି ।
ନିକଟରେ ଫିଲ୍ମର ସୁଟିଂ ସେଟରୁ ଏକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା ଏହା ପରେ କାର୍ତ୍ତିକ ନିଜ ନୂଆ ସୋସିଆଲ ମିଡିଆ ମାଧ୍ୟମରେ ଏହି ଫିଲ୍ମର ଘୋଷଣା କରିଛନ୍ତି । କାର୍ତ୍ତିକ ଫିଲ୍ମର ଘୋଷଣା କରିବା ସହିତ ସାରାଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସାରା, କାର୍ତ୍ତିକଙ୍କ ବାହୁରେ ଶୋଇଥିବାର ନଜର ଆସିଛନ୍ତି ।
ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ତ୍ତିକ ଲେଖିଥିଲେ, ଇମତିଆଜ ଅଲ୍ଲୀଙ୍କ ସହିତ କାମ କରିବା ପାଇଁ ଖୁବ ଉତ୍ସାହିତ ଅଛି । ଏହା ସହିତ କାର୍ତ୍ତିକ ସୂଚନା ଦେଇଛନ୍ତି ଯେ , ଫିଲ୍ମରେ ତାଙ୍କ ସହିତ ସାରା ଅଲ୍ଲୀ ଖାନ ନଜର ଆସିବେ । କାର୍ତ୍ତିକ ସାରାଙ୍କ ବ୍ୟତିତ ଫିଲ୍ମରେ ରଣଦୀପ ହୁଡା ମଧ୍ୟ ନଜର ଆସିବେ । ଫିଲ୍ମ ୨୦୨୦ ଭାଲେଣ୍ଟାଇନ ଡେରେ ରିଲିଜ ହେବ ।