ବଲିଉଡ ଅଭିନେତ୍ରୀ ନେହା ଧୂପିଆଙ୍କ ରିଅଲିଟି ଶୋ’ ଏମଟିଭି ରୋଡିଜର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶୋ’ର ଜଜ, ସାରଙ୍ଗ ନାମକ ଜଣେ ପ୍ରତିଯୋଗୀଙ୍କ ଅଡିଶନ ନେଉଥିବାର ଦେଖିବାକୁ ମିଳିଛି । ଏହି ପ୍ରତିଯୋଗୀ ଜଣକ ଜଣେ ବ୍ୟାକଗ୍ରାଉଣ ଡ୍ୟାନ୍ସର ଯେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଗ୍ରୁପ ପର୍ଫମାନ୍ସ ଦେଇସାରିଛି ।
ଶୋ’ରେ ନେହା ଅଡିସନ ନେବା ସମୟରେ ପଚାରନ୍ତି ତୁମେ ପ୍ରିୟଙ୍କା ଚୋପ୍ରାଙ୍କୁ କାହିଁକି ହତ୍ୟା କରିବାକୁ ଚାହଁ ? ଏହାର ଉତ୍ତର ଦେହାକୁ ଯାଇ ପ୍ରତିଯୋଗୀ ଜଣକ ପ୍ରିୟଙ୍କାଙ୍କ ସହ ଜଡିତ ଏକ କଥା ସେୟାର କରିଥାନ୍ତି ।
ସେ କହିଛନ୍ତି ଥରେ ତାଙ୍କୁ ପ୍ରିୟଙ୍କାଙ୍କ ସହିତ ପର୍ଫମ କରିବାର ଥିଲା । ସେ ଆସିଲେ ଏବଂ ପ୍ରାକ୍ଟିସ କଲେ । ତାଙ୍କର ବହୁତ ଆଟିଟ୍ୟୁଡ ପ୍ରବ୍ଲେମ ଥିଲା । ସେ ଏଣ୍ଡରେ ହିଁ ଡ୍ୟାନ୍ସ ମୁଭସ ବଦଳାଇ ଦେଉଥିଲେ । ଏହା ଡ୍ୟାନ୍ସରମାନଙ୍କୁ ଖୁବ କଷ୍ଟ କର ଥିଲା । ଏପରିକି ତାଙ୍କ ପାଇଁ ଆମ ମାନଙ୍କୁ ଘଣ୍ଟା ଘଣ୍ଟା ଭୋକିଲା ରହିବାକୁ ପଡୁଥିଲା । ଏହା ସହିତ ସେ ସେଟକୁ ଆସିବା ପରେ ଦୂରେଇ ରୁହନ୍ତି ଯେପରି ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସ କିଛି ନୁହଁନ୍ତି ।