ଏହି ଫିଲ୍ମରେ ପ୍ରଥମଥର ପାଇଁ ଡବଲ ରୋଲରେ ନଜର ଆସିବେ ରଣବିର କପୁର, ଡାକୁ ଭୂମିକାରେ ଆସିବେ ନଜର
ବଲିଉଡ ରକଷ୍ଟାର ରଣବିର କପୁର ନିଜର ଭିନ୍ନ ଭିନ୍ନ ଅନ୍ଦାଜ ପାଇଁ ଦର୍ଶକଙ୍କ ମଧ୍ୟରେ ଛାଇ ରହିଥାନ୍ତି । ରଣବିର ଇତି ମଧ୍ୟରେ ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଖୁବ ଶୀଘ୍ର ରଣବିର କପୁର ନିଜର ଆଗାମୀ ଫିଲ୍ମ ‘ଶମଶେରା’ରେ ନଜର ଆସିବେ । ଏହି ଫିଲ୍ମରେ ରଣବିର ଡବଲ ରୋଲରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ରଣବୀରଙ୍କୁ କେବେ ଡବଲ ରୋଲରେ ଦେଖିବାକୁ ମିଳିନାହିଁ । ରଣବିର ପ୍ରଥମଥର ପାଇଁ ଡବଲ ରୋଲ ପ୍ଲେ କରିବାକୁ ଯାଉଛନ୍ତି । ଏହା ସହିତ ଫିଲ୍ମରେ ସେ ଡକାୟତ ଭୂମିକାରେ ନଜର ଆସିବେ । ଯାହା ତାଙ୍କ ପାଇଁ ଏକ ଭିନ୍ନ କ୍ୟାରେକ୍ଟର ।
ଫିଲ୍ମ ‘ଶମଶେରା’ରେ ରଣବିର କପୁର ପିତା ଏବଂ ପୁଅ ଦୁଇଟି ଭୂମିକା ନିଜେ ତୁଲାଇବେ । ଖବର ଅନୁସାରେ ସେ ଦୁଇଟି ଭୂମିକାରେ ସୁଟିଂ ଏକା ସହିତ କରୁଛନ୍ତି । ପିଲ୍ମରା କାହଣୀ ବିଷୟରେ କହିବାକୁ ଗଲେ ଫିଲ୍ମ ଶମଶେରାର କାହାଣୀ ବ୍ରିଟିଶ ସମୟର । ଡକୁମାନେ କିପରି ସ୍ୱାଧିନତା ସଂଗ୍ରାମରେ ଅଶଂ ନେଇ ନିମଜ ହକ ପାଇଁ ଲଢନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ । ରଣବିର କପୁରଙ୍କ ବ୍ୟତିତ ଫିଲ୍ମରେ ସଂଜୟ ଦତ୍ତ ଏବଂ ବାଣୀ କପୁରଙ୍କୁ ଦେଖିବାକୁ ମିଳିବ ।