ନିଜ ହମସକଲ ସହ ଭେଟ କଲେ ଜ୍ୟାକଲିନ, ଫଟୋ ଦେଖି ଆପଣ ମଧ୍ୟ କହିବେ ଭଉଣୀ ତ ନୁହେଁ !
ଦୁନିଆରେ ଅନେକ ଥର ନିଜ ହମସକଲ ସହ ଭେଟ ହୋଇଥାଏ । କିଛିଦିନ ହେବ ବଲିଉଡର କିଛି ଷ୍ଟାରଙ୍କ ଚେହେରା ମଧ୍ୟ ଚାରିଆଡେ ଘୂରି ବୁଲୁଛି । କିଛି ଦିନ ତଳେ ସୋସିଆଲ ମିଡିଆରେ ଅନୁଷ୍କା ଶର୍ମା, ଆଲିୟା ଭଟ୍ଟଙ୍କ ହମସକଲ ଦେଖିବାକୁ ମିଳିଥିଲା । ଏବେ ଅଭିନେତ୍ରୀ ଜ୍ୟାକଲିନଙ୍କ ପ୍ରତିଛବି ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ଏହି ପ୍ରତିଛବି ତାଙ୍କୁ ଭେଟ କରିବା ପାଇଁ ଭାରତ ମଧ୍ୟ ଆସିଯାଇଛନ୍ତି ।
ଅସଲରେ ଗୁରୁବାର ମୁମ୍ବାଇରେ ସଲମାନଙ୍କ ଫିଲ୍ମ ନୋଟବୁକର ସ୍ପେଶାଲ ସ୍କ୍ରିନିଂର ଆୟୋଜନ ହୋଇଥିଲା ଯେଉଁଥିରେ ଅନେକ ଷ୍ଟାର ପହଂଚିଥିଲେ । ଏହି ସ୍କ୍ରିନିଂରେ ଜ୍ୟାକଲିନଙ୍କ ହମସକଲ ଅମାଣ୍ଡା ସେର୍ନି ମଧ୍ୟ ପଂହଚିଥିଲେ । ଦୁହେଁ ଏକା ସହ ମିଡିଆ କ୍ୟାମେରାରେ ନଜର ଆସିଥିଲେ । ଦୁହିଁଙ୍କୁ ଦେଖିଲେ ଆପଣଙ୍କୁ ମଧ୍ୟ ପ୍ରକୃତି ଉପରେ ଭରସା ଆସିଯିବ ।
କିଏ ଏହି ଅମାଣ୍ଡା ସେର୍ନୀ?
ଅମାଣ୍ଡା ଆମେରିକାରେ ୱାଇନ ପ୍ରସ୍ତୁତ କରନ୍ତି ଏବଂ ସେ ଜଣାଶୁଣା ୟୁଟ୍ୟୁବ ଷ୍ଟାର ଏବଂ ଇନଷ୍ଟା କମେଡିଆନ କ୍ୱିନ ଅଟନ୍ତି । ଅମାଣ୍ଡାଙ୍କୁ ଲକ୍ଷ ଲକ୍ଷ ଲୋକ ସୋସିଆଲ ମିଡିଆରେ ଫଲୋ କରନ୍ତି ।
ଜ୍ୟାକଲିନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଚଳିତ ବର୍ଷ ସଲମାନଙ୍କ ଫିଲ୍ମ ରେସ୩ରେ ନଜର ଆସିଥିଲେ । ଏବେ ଖୁବ ଶୀଘ୍ର କନ୍ନଡ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବ, ଯାହାର ନାଁ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।