ଆଜି ହିଁ ଟ୍ରାଏ କରନ୍ତୁ ଓଟସ୍ କଟଲେଟ
ସାମଗ୍ରୀ-
୧ କପ୍ ରୋଷ୍ଟେଡ୍ ଓଟ୍ସ, ଛାଣିବା ପାଇଁ ତେଲ, ଅଧ କପ୍ ପନୀର, ସ୍ବାଦାନୁସାରେ ଲୁଣ, ଗ୍ରେଟେଡ୍ ଗାଜର ୪ ଚାମଚ, ଅଧ ଚାମଚ ଗରମ ମସଲା, ୧ କପ୍ ସିଝା ଆଳୁ, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ବଟା ଅଦା, ୧ ଚାମଚ କଞ୍ଚାଲଙ୍କା ପେଷ୍ଟ।
ପ୍ରସ୍ତୁତି ପ୍ରଣାଳୀ-
ସିଝା ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ। ଏକ ବଡ଼ ପାତ୍ରରେ ଓଟ୍ସ, ଚକଟା ହୋଇଥିବା ଆଳୁ, ବଟା ଅଦା, କଞ୍ଚାଲଙ୍କା ପେଷ୍ଟ, ଗାଜର, ଲୁଣ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ପନୀରକୁ ମଧ୍ୟ ଗ୍ରେଟେଡ୍ କରି ଏହି ମିଶ୍ରଣରେ ପକାଇ ଚକଟନ୍ତୁ। ଏହି ମିଶ୍ରଣକୁ ଛୋଟ ଛୋଟ କରି ହାତରେ ନେଇ କଟ୍ଲେଟ୍ ଶେପ୍ କରନ୍ତୁ। ମଧ୍ୟମ ଆଞ୍ଚରେ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ଅଳ୍ପ ଅଳ୍ପ କରି କଟ୍ଲେଟ୍କୁ ତେଲରେ ଛାଣନ୍ତୁ। ଦୁଇପଟ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ଏହାକୁ ଛାଣିବାକୁ ପଡ଼ିବ। ଏଭଳି ଭାବେ ସବୁତକ କଟ୍ଲେଟ୍ ଛାଣିଦେଲା ପରେ ଚଟଣୀ କିମ୍ବା ଟମାଟୋ ସସ୍ ସହିତ ଗରମ ଗରମ ପରଷନ୍ତୁ।