ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପାଳଙ୍ଗ ପକୁଡି !
ଆବଶ୍ୟକ ସାମଗ୍ରୀ:
ପାଳଙ୍ଗ ଶାଗ- ୨ବିଡା,
ପିଆଜ-୧ଟା(ବଡ଼),
ରସୁଣ-୩/୪ କୋଲା,
ଅଦା କଟା- ୨ ଚାମଚ(ଛୋଟ),
ଗୋଟା ଜିରା -୧ ଚାମଚ(ଛୋଟ),
କଞ୍ଚାଲଙ୍କା କଟା- ୨ଚାମଚ(ଛୋଟ),
କରିପାଉଡ଼ର- ୧ ଚାମଚ (ଛୋଟ),
ବେସନ-୧ କପ୍,
କର୍ଣ୍ଣଫ୍ଲୋର-୨ ଚାମଚ(ବଡ଼),
ସ୍ଵାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ।
ପ୍ରସ୍ତୁତି ପ୍ରଣାଳୀ:
ଶାଗକୁ ଧୋଇ ଲମ୍ବା ଲମ୍ବା କାଟି ରଖନ୍ତୁ । ପିଆଜ,ରସୁଣ, ଅଦା ଓ କଞ୍ଚା ଲଙ୍କା ଲମ୍ବା ଲମ୍ବା କାଟି ରଖନ୍ତୁ । ଗୋଟିଏ ବଡ଼ ପାତ୍ରରେ ପାଳଙ୍ଗ ଶାଗ, କଟା ପିଆଜ, କଟା ରସୁଣ, କଟା ଅଦା,କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ନିଅନ୍ତୁ ।
ଏଥିରେ ବେସନ, କର୍ଣ୍ଣଫ୍ଲୋର, କରିପାଉଡ଼ର ଓ ବେକିଙ୍ଗ ପାଉଡ଼ର ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ଏହି ସମସ୍ତ ସାମଗ୍ରୀକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ ।
କଡ଼ାଇରେ ତେଲ ଗରମ କରି ପକୁଡ଼ି ପରି ଛାଣନ୍ତୁ । ଲାଲ ହୋଇଗଲେ କଡ଼ାଇରୁ କାଢି ଗରମ ଗରମ ସସ୍ କିମ୍ବା ଚଟଣି ସହିତ ପରିବେଷଣ କରନ୍ତୁ ପାଳଙ୍ଗ ପକୁଡ଼ି ।