ଆଭାକୋଡ୍ ଏପରି ଏକ ଫଳ, ଯାହା ଗତ କିଛି ବର୍ଷ ଭିତରେ ବହୁତ ଲୋକପ୍ରିୟ ହୋଇଗଲାଣି। ଏହା ସ୍ବାଦିଷ୍ଟ ହେବା ସହିତ ଅଧିକାଂଶ ଡିଶ୍ରେ ବ୍ୟବହାର କରାଯାଇପାରେ। ସ୍ବାଦ ବ୍ୟତୀତ ଏହାର ଅନେକ ଗୁଡ଼ିଏ ଫାଇଦା ମଧ୍ୟ ରହିଛି। ଆଭାକୋଡ୍କୁ ବଟର ଫ୍ରୁଟ୍ ନାମରେ ମଧ୍ୟ ଜଣାଯାଏ। ଏଥିରେ ହେଲ୍ଦି ମନୋସ୍ୟାଚୁରେଟେଡ୍ ଫ୍ୟାଟି ଏସିଡ୍ ମଧ୍ୟ ରହିଛି। ଚାଲନ୍ତୁ ଜାଣିବା ଆଭାକୋଡ୍ର ଫାଇଦା ସମ୍ପର୍କରେ।
ଆଭାକୋଡ୍ ହୃତ୍ପିଣ୍ଡକୁ ସୁସ୍ଥ ରଖେ। ଏଥିରେ ବିଟା ସିଟୋଷ୍ଟେରୋଲ୍ ମଧ୍ୟ ରହିଛି, ଯାହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ। ଫୋଲିକ୍ ଏସିଡ୍ଯୁକ୍ତ ଖାଦ୍ୟ ସେବନ ଦ୍ବାରା ପେଟ, ସର୍ଭାଇକଲ କ୍ୟାନ୍ସର ଓ ପାନ୍କ୍ରିଆଟିକ୍ କ୍ୟାନ୍ସର ଆଶଙ୍କା କମ୍ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଫୋଲିକ୍ ଏସିଡ୍ ଡିଏନ୍ଏରେ ମ୍ୟୁଟେସନ୍କୁ ରୋକିଥାଏ।
ଓଷ୍ଟିଓପୋରୋସିସ୍ ପାଇଁ ମଧ୍ୟ ଏହା ଲାଭଦାୟକ। ଆଭାକୋଡ୍ରେ ଭିଟାମିନ୍ କେ’ ରହିଛି। କେବଳ ଅଧା ଆଭାକୋଡ୍ରୁ ମଧ୍ୟ ଶରୀର ପାଇଁ ଆବଶ୍ୟକ ୨୫ ପ୍ରତିଶତ ଭିଟାମିନ୍ ମିଳିଯାଏ। ଏହି ଫଳରେ ଏପରି ଅନେକ ତତ୍ତ୍ବ ରହିଛି, ଯାହା ଆଖିକୁ କୌଣସି ପ୍ରକାରର ବିପଦରୁ ମଧ୍ୟ ରକ୍ଷା କରିଥାଏ। ଏଥିସହିତ ଅତିବାଇଗଣୀ ରଶ୍ମୀରୁ ମଧ୍ୟ ଏହା ଆଖିକୁ ସୁରକ୍ଷା ଦେଇଥାଏ।